Advertisment

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଫେରିପାଇଲେ ସାଂସଦ ପଦ

ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
Rahul Gandhi's Lok Sabha Membership Restored

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି । ଆଜି ତାଙ୍କ ପାଖକୁ ଫେରିଛି ଲୋକସଭାର ସାଂସଦ ପଦ । ଏବେ ସେ ଲୋକସଭାର କାର୍ଯ୍ୟରେ ଯୋଗ ଦେଇପାରିବେ। ଏ ସଂପର୍କରେ ଲୋକସଭା ସେକ୍ରେଟାରିଏଟର ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଦି ସରନେମ୍ ମାମଲାରେ ସୁରତ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ରାହୁଲଙ୍କ 
ସାଂସଦ ପଦ ଫେରିଛି। ଏହାକୁ ନେଇ ବହୁତ ଖୁସି ହୋଇଛନ୍ତି କଂଗ୍ରେସର ନେତା ଓ କର୍ମୀ। ଏପରିକି ଦିଲ୍ଲୀ ଅଫିସ ଆଗରେ ବିଜୟ ଉତ୍ସବ ପାଳନ କରିଛନ୍ତି। ପରସ୍ପରକୁ ମିଠା ଖୁଆଇ ନାଚ ଗୀତ କରି ସେଲିବ୍ରେସନ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ରାହୁଲ କେରଳର ୱାୟାନାଡରୁ ନିର୍ବାଚନରେ ​​ଜିତିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

notification from the Lok Sabha (Notification From The Lok Sabha)
 ୨୦୧୯ରେ ରାହୁଲ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁରତର ଏକ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ଏହା ପରେ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା।  ଏକ ମାନହାନୀ ମୋକଦ୍ଦମା ମାମଲାରେ ସୁରତର ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା । 

 
ଏହା ବିରୋଧରେ ଗୁଜରାଟ ହାଇକୋର୍ଟ ଯାଇଥିଲେ ରାହୁଲ । କିନ୍ତୁ କିଛି ଲାଭ ହୋଇନଥିଲା। ଶେଷରେ ସୁପ୍ରିମକୋର୍ଟ ଯାଇଥିଲେ। ସୁରତ କୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ସାଂସଦ ପଦ ଫେରିପାଇଛନ୍ତି ରାହୁଲ ଗାନ୍ଧୀ । ସେ ଲୋକସଭା କାର୍ଯ୍ୟରେ ଭାଗ ନେଇପାରିବେ । ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ମଧ୍ୟ ସେ ଭାଗ ନେବାର ସମ୍ଭାବନା ଅଛି।  ... 
Advertisment

୨୦୧୯ରେ ରାହୁଲ ଦେଇଥିଲେ ବୟାନ

୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକର କୋଲାରରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କହିଥିଲେ, ନୀରବ ମୋଦି, ଲଲିତ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ କାହିଁକି ସମାନ ? ସମସ୍ତ ଚୋରଙ୍କ ଉପନାମ ମୋଦି କାହିଁକି ? ରାହୁଲଙ୍କ ଏହି ବୟାନ୍‌ ସମ୍ପର୍କରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା ।

Congress Rahul Gandhi Supreme Court Lok Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ