ଆପେ ଆପେ କମିଯାଉଛି ତାଙ୍କ ଫଲୋଅର, ଟ୍ୱିଟରକୁ ଚିଠି ଲେଖି ବର୍ଷିଲେ ରାହୁଲ

ରାହୁଲଙ୍କ ଅଭିଯୋଗ ଅନୁସାରେ ୨୦୨୧ର ପ୍ରଥମ ସାତ ମାସ ତାଙ୍କର ଫଲୋଅର ବଢୁଥିଲା । ସେତେବେଳେ ସେ ଅନେକ ବଡ଼ ବଡ଼ ପ୍ରସଙ୍ଗ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ ।

rahul gandhi

ଟ୍ୱିଟର ବିରୋଧରେ ସ୍ୱର ଶାଣିତ କଲେ ରାହୁଲ ଗାନ୍ଧି । ଟ୍ୱିଟର ବିରୋଧରେ ରାହୁଲ ଆଣିଛନ୍ତି ସଂଗୀନ ଅଭିଯୋଗ । ଜାଲିଆତି କରାଯାଇ, ତାଙ୍କ ଫଲୋଅର ସଂଖ୍ୟା କମ୍ କରାଯାଉଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏସଂପର୍କରେ ସେ ଟ୍ୱିଟର ସିିଇଓ ପରାଗ ଅଗ୍ରଓ୍ୱାଲଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ଚାପରେ ତାଙ୍କ ସ୍ୱର ଦବାଇ ଦେବାକୁ ଏପରି କରାଯାଉଥବା ରାହୁଲ ଅଭିଯୋଗ କରିଛନ୍ତି । ଆଇଡିଆ ଅଫ୍ ଇଣ୍ଡିଆକୁ ଧ୍ୱଂସ କରିବାରେ ଟ୍ୱିଟର ଏକ ମାଧ୍ୟମ ନହେଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ।

ରାହୁଲଙ୍କ ଅଭିଯୋଗ ଅନୁସାରେ ୨୦୨୧ର ପ୍ରଥମ ସାତ ମାସ ତାଙ୍କର ଫଲୋଅର ବଢୁଥିଲା । ସେତେବେଳେ ସେ ଅନେକ ବଡ଼ ବଡ଼ ପ୍ରସଙ୍ଗ ଜାତୀୟ ସ୍ତରରେ ଉପସ୍ଥାପନ କରିଥିଲେ । ଏହା ପରେ ଅଗଷ୍ଟ ମାସରେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ସସ୍‌ପେଣ୍ଡ କରାଯାଇଥିଲା । ଏହା ପରେ ଆଉ ଫଲୋଅର ସଂଖ୍ୟା ବଢ଼ିଲା ନାହିଁ । ଏହି ଅଭିଯୋଗ ନେଇ ଟ୍ୱିଟର ପକ୍ଷରୁ କୁହାଯାଉଛି, ଏହି ସଂସ୍ଥାରେ କୌଣସି ପ୍ରକାର ଜାଲିଆତି କରାଯାଏ ନାହିଁ । ସେପଟେ ବିଜେପିର ଅମିତ ମାଲବ୍ୟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ପ୍ରକୃତ ଫଲୋଅର୍ ନାହାନ୍ତି ।

ତେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ପଂଜାବ ଅମୃତସର ଯାଇ ସ୍ୱର୍ଣ୍ଣମନ୍ଦିର ଦର୍ଶନ କରିଛନ୍ତି । ସ୍ୱର୍ଣ୍ଣ ମନ୍ଦିର ପରିସରରେ ରାହୁଲ ପ୍ରସାଦ ସେବନ ମଧ୍ୟ କରିଥିଲେ । ରାହୁଲ ଗାନ୍ଧିଙ୍କ ସହିତ ପଂଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପିସିସି ସଭାପତି ନଭଜୋତ ସିଂହ ସିଦ୍ଧୁ ମଧ୍ୟ ସ୍ୱର୍ଣ୍ଣମନ୍ଦିର ଦର୍ଶନ କରିଛନ୍ତି । କିଛି ଦିନ ପରେ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାହୁଲ ଗାନ୍ଧି ସ୍ୱର୍ଣ୍ଣମନ୍ଦିର ଦର୍ଶନ କରିଥିବା କୁହାଯାଉଛି ।

ଦିନିକିଆ ପଞ୍ଜାବ ଗସ୍ତରେ ଯାଇ ରାହୁଲ ପ୍ରଥମେ ଜାଲିଆନା ୱାଲା ବାଗ୍ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ୧୧୭ ପ୍ରାର୍ଥୀଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ଯାଇ ଦର୍ଶନ କରିବା ସହ ଲଙ୍ଗରରେ ବସି ଖାଇଥିଲେ । ତାଙ୍କ ସହ ପଞ୍ଜାବ ପିସିସି ସଭାପତି ନବଜୋତ୍ ସିଂହ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ବି ଉପସ୍ଥିତ ଥିଲେ ।