Advertisment

BREAKING NEWS : ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଶପଥ ନେଲେ ନୂଆ ରାଜ୍ୟପାଳ....ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ,,,

author-image
Prangyan Parimita
ଅଦ୍ୟତନ ହୋଇଛି
Odisha New Governor Raghubar Das Oath Taking Ceremony

Raghubar Das

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରଘୁବର ଦାସ। କିଛି ସମୟ ତଳେ ରାଜଭବନରେ ତାଙ୍କୁ ଶପଥ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ରଘୁବର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେ ହୋଇଛନ୍ତି ଓଡ଼ିଶାର ୨୬ତମ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।  । ଶପଥ ଗ୍ରହଣ ପରେ ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର୍‌ ପ୍ରଦାନ କରାଯାଇଛି । 

Advertisment

ଶପଥ ପୂର୍ବରୁ ସକାଳେ ରାଜ୍ୟପାଳ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏ ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ରାଜ୍ୟ ଏବଂ ଦେଶ ବିକାଶର ନୂଆ ଶିଖରରେ ପହଞ୍ଚୁ ବୋଲି ଲିଙ୍ଗରାଜଙ୍କ ପାଖରେ କାମନା କରିଛି । ବଡୁ ନିଯୋଗ ପକ୍ଷରୁ ରାଜ୍ୟପାଳଙ୍କ ପୂଜାର୍ଚ୍ଚନା ସହ ବେଢା ପରିକ୍ରମା କରାଯାଇଥିଲା ।

ଲିଙ୍ଗରାଜଙ୍କ ସମେତ ଗଣେଶ, ପାର୍ବତୀ, ଭୁବନେଶ୍ୱରୀଙ୍କ ଦର୍ଶନ ଓ ବୃଷଭଙ୍କ କାନରେ ମନସ୍କାମନା କହିଥିଲେ ରାଜ୍ୟପାଳ । ଏ ଅବସରେ ରାଜ୍ୟପାଳଙ୍କ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ବିଜେପିର ତମାମ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।...

Advertisment
Odisha Governor Raghubar Das
Advertisment
Advertisment