Advertisment

ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ; ରାଜଭବନକୁ ମିଳିଲା ନୂଆ ଅଧିପତି

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।

undefined

Raghubar Das

Advertisment

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ରଘୁବର ଦାସ । ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରଘୁବର । ସେପଟେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ଅନୁପସ୍ଥିତିରେ ବଡ଼ୁ ନିଯୋଗ ପକ୍ଷରୁ ରାଜ୍ୟପାଳଙ୍କୁ ପୂଜାର୍ଚ୍ଚନା କରାଇବା ଘଟଣା, ଲିଙ୍ଗରାଜ ସେବାୟତ ବିବାଦକୁ ନୂଆ ମୋଡ଼ ଦେଇଛି ।

Advertisment

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ । ରାଜଭବନରେ ରଘୁବର ଦାସ ପହଞ୍ଚିବା ପରେ, ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରମର୍ଦ୍ଦନ କଲେ । ଏହାପରେ ଚାଲିଲେ ଅଭିଷେକ ହଲ ଅଭିମୁଖେ । ଦିନ ୧୧ଟା ୪୫ ମିନିଟ । ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ପ୍ରାରମ୍ଭରେ ଜାତୀୟ ସଂଗୀତ ପରିବେଷଣ ପରେ, ବିଧି ମୁତାବକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅନୁମତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ୱାରେଣ୍ଟ ଅଫ୍ ଆପଏଣ୍ଟମେଣ୍ଟ ବା ନିଯୁକ୍ତିପତ୍ର ପାଠ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଏହାପରେ ରଘୁବର ଦାସଙ୍କୁ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଷଡ଼ଙ୍ଗୀ । ଏହାପରେ ରାଜଭବନ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ନୂଆ ରାଜ୍ୟପାଳ । ଏହି ସମାରୋହରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ବହୁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପ୍ରଶାସକ, ପୋଲିସ ଡିଜି, ହାଇକୋର୍ଟ ବିଚାରପତି ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ଏଥିରେ ସାମିଲ ଥିଲେ । ପରେ ରାଜଭବନ ପରିସରରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଆଉ ତା’ପରେ ଅଭିବାଦନ ଗ୍ରହଣ କରିଥିଲେ ରଘୁବର । ପ୍ରୋଟୋକଲ୍ ଅନୁଯାୟୀ ନୂଆ ରାଜ୍ୟପାଳଙ୍କୁ Z-ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି ।

Advertisment

ରାଜ୍ୟପାଳ ରଘୁବର ଦାସ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇଥିବା ବେଳେ, ଆଜି ଶପଥ ଗ୍ରହଣ ପୂର୍ବରୁ ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଭିକ୍ଷା କରିଥିଲେ । ତାଙ୍କୁ ସେଠାରେ ସ୍ୱାଗତ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରାଜ୍ୟପାଳଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରାଇଥିଲେ ବଡୁ ନିଯୋଗ । ଏହାପରେ ବେଢ଼ା ପରିକ୍ରମା କରିଥିଲେ ରାଜ୍ୟପାଳ । ଦର୍ଶନ ପରେ ରଘୁବର କହିଥିଲେ, ଓଡ଼ିଶା ଏବଂ ଦେଶ ବିକାଶର ନୂଆ ଶିଖରରେ ପହଞ୍ଚୁ ବୋଲି ଲିଙ୍ଗରାଜଙ୍କ ପାଖରେ କାମନା କରିଛି ।

ସେପଟେ ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ ଜାରି ଥିବାରୁ, ଆଜି ରାଜ୍ୟପାଳଙ୍କ ଗସ୍ତ ବେଳେ ଅନୁପସ୍ଥିତ ଥିଲେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ସେମାନେ ବଡ଼ୁ ନିଯୋଗ ଦ୍ୱାରା ପୂଜାର୍ଚ୍ଚନାକୁ ନେଇ ପ୍ରଶ୍ନ ଉଠାଇବା ସହିତ, ରାଜ୍ୟପାଳଙ୍କୁ ଦ୍ୱନ୍ଦ୍ୱରେ ରଖାଯାଇଛି, ବଡ଼ୁ ନିଯୋଗର ଭୋଗ ଲଗାଇବା ଅଧିକାର ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବଡ଼ୁ ନିଯୋଗ କହିଛି, ଆମେ ପରମ୍ପରା ଅନୁଯାୟୀ ଜଳ ଓ ବେଲପତ୍ର ଲାଗି କରିବା ସହ ଶୁଖିଲି ରାଜ୍ୟପାଳଙ୍କୁ ଦେଇଛୁ ।

Advertisment
Odisha Governor Raghubar Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ