Advertisment

ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ, ଏହି ଆସନରୁ ଟିକେଟ୍‌ ଦେଲା TMC

ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Rachana Banerjee

Rachana Banerjee

ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ। ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ରଚନା ବାନାର୍ଜୀ। ଟିଏମ୍‌ସି ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଖାତାକୁ ଯାଇଥିଲା। ଏଠାରେ ଏବେ ସାଂସଦ ଅଛନ୍ତି ବିଜେପିର ଲୋକପ୍ରିୟ ନେତ୍ରୀ ଲୋକେଟ୍‌ ଚାଟାର୍ଜୀ। ତେବେ ଲୋକେଟ୍‌ ଚାଟାର୍ଜୀଙ୍କୁ ଚେକ୍‌ ଦେବା ପାଇଁ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି ଟିଏମ୍‌ସି।

Advertisment

ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ପାଇଁ ତାରିଖ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସି ଘୋଷଣା କରିଥିବା ଏହି ୪୨ ଜଣିଆ ତାଲିକାରେ ଦୁଇ ୱାର୍ଲ୍ଡ ଚାମ୍ପିଅନ ୟୁସୁଫ୍‌ ପଠାନ୍‌ ଓ କୀର୍ତ୍ତି ଆଜାଦଙ୍କ ନାଁ ରହିଛି। ବହରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ୍‌ ପଠାନ। ସେହିପରି କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ରଙ୍କୁ ମିଳିଛି ଟିକେଟ୍। ଆସାନସୋଲରୁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।

ସେହିପରି ଡାଇମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ ଓ ବୀରଭୂମରୁ ଶତାବ୍ଦୀ ରାୟଙ୍କୁ ପ୍ରାର୍ଥୀ କରିଛି ଟିଏମସି। ତେବେ ବାସିରହାଟ ସାଂସଦ ନୁସରତ ଜାହାନ୍ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତାରେ ବିଶାଳ ସମାବେଶ କରି ଟିଏମସି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଅବସରରେ ସମସ୍ତ ପ୍ରାର୍ଥୀମାନେ ମମତାଙ୍କ ସହ ରାଲି କରିଛନ୍ତି।

Advertisment
TMC Lok Sabha Election
Advertisment
Advertisment