Advertisment

ଭାଙ୍ଗୁଛି ବିଜେଡି ସଙ୍ଗଠନ; ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।

undefined

BJD

Advertisment

କେନ୍ଦୁଝର ବିଜେଡିରେ କମ୍ପନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ବିଜେଡିର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି। ମୋହନ ମାଝୀଙ୍କ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦରର ୧୮ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ବାଂଶପାଳ ବ୍ଲକର ୧୪ ବିଜେଡି ସମର୍ଥିତ ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ସିଧା ବିଜେପିରେ ଯୋଗ ଦେଇଛନ୍ତି। ଯାହା ଦ୍ୱାରା ଉଭୟ ବ୍ଲକ ଅଧ୍ୟକ୍ଷ ଆସନ ବି ବିଜେଡି ହାତରୁ ଯାଇପାରେ ବୋଲି ଚର୍ଚ୍ଚା ବଢ଼ିଛି। ଏପଟେ କିନ୍ତୁ ସଙ୍ଗଠନ ସଜାଡିବାକୁ ବିଜେଡି ନେତାଙ୍କ ପରାମର୍ଶ, ଆଉ କେହି ନୁହେଁ ନବୀନ ବୁଲନ୍ତୁ ଓଡ଼ିଶା।

Advertisment

ଭାଙ୍ଗୁଛି ବିଜେଡି ସଙ୍ଗଠନ । ନେତୃତ୍ୱଙ୍କ ଉପରେ କମୁଛି ଭରସା । ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ । ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ। ଚର୍ଚ୍ଚା ହେଉଛି ସଦର ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ପାଖରେ ଥିବାରୁ ଖୁବ୍ ଶୀଘ୍ର ଆସିପାରେ ଅନାସ୍ଥା। ଆହୁରି ସାଂଘାତିକ କଥା ହେଲା, ଖାଲି କେନ୍ଦୁଝର ସଦର ନୁହେଁ, ବିଜେପିରେ ସାମିଲ ହୋଇଛନ୍ତି ବାଂଶପାଳ ବ୍ଲକର ୧୪ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଉ ୧୪ ଜଣ ସରପଞ୍ଚ। ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଜଣେଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ବାଂଶପାଳ ବ୍ଲକରେ ରହିଛି। ତେଣୁ ଖୁବ୍‌ଶୀଘ୍ର ବାଂଶପାଳରେ ବି ସମାନ ସ୍ଥିତି ଉପୁଜି ପାରେ । କାହିଁକିନା ୨୧ରୁ ୧୮ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତି ବାଂଶପାଳ ବ୍ଲକ ଅଧ୍ୟକ୍ଷ ପଦକୁ ନିଜ ପାଖରେ ରଖିଥିଲା ଦଳ। ହେଲେ ଏବେ ୧୭ ଜଣ ଶାସକ ଦଳ ବିଜେପିରେ । 

ଏପଟେ ସଙ୍ଗଠନ ବଞ୍ଚାଇବାକୁ ଆଉ ପାଣ୍ଡିଆନ ନୁହେଁ ନିଜେ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ନଭେମ୍ବରରୁ ଓଡିଶା ବୁଲିବେ ନବୀନ । କାରଣ ପରାଜୟର ଦୁଇ ମାସ ପରେ ଗତକାଲି ବସିଥିବା ଦଳର ପ୍ରଥମ ସମନ୍ବୟ କମିଟି ବୈଠକରେ ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡିଥିଲେ ବରିଷ୍ଠ ନେତା । ତେଣୁ ଆଉ କେହି ନୁହଁ, ନବୀନ ନିଜେ ଓଡ଼ିଶା ବୁଲି ସଂଗଠନ କଥା ବୁଝନ୍ତୁ ଏବଂ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ସୁପ୍ରିମୋଙ୍କୁ ଲିଖିତ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ସମାଲୋଚନା କରିଛି ଶାସକ ବିଜେପି ଓ କଂଗ୍ରେସ । ବିଜେପି କହିଛି ନବୀନ ବୁଲିଲେ ଜାଣି ପାରିବେ ୨୪ ବର୍ଷରେ ସେ କେତେ ବିକାଶ କରିଛନ୍ତି । ସେହିପରି କଂଗ୍ରେସ କହିଛି ୟାର କିଛି ପ୍ରଭାବ ପଡିବନି।

Advertisment

୨୪ ବର୍ଷର ନିରଙ୍କୁଶ କ୍ଷମତା ଉପଭୋଗ ପରେ ଏବେ କ୍ଷମତା ବାହାରେ ରହିବାକୁ ନାରାଜ ବିଜେଡି ନେତା ଓ କର୍ମୀ। ଏପଟେ ପୁଣି ପରାଜୟ ସତ୍ତ୍ୱେ ବି ଦଳରେ ଜାରି ରହିଛି ଆଉଟସୋର୍ସିଂ ନେତାଙ୍କ ଦବଦବା । ତେଣୁ ଏଭଳି ସ୍ଥିତିରେ କେନ୍ଦୁଝର ପରେ ଆଉ କେଉଁ ଜିଲ୍ଲାର ପାଳି ପଡୁଛି ତା ଉପରେ ନଜର।  

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ