Advertisment

ପିସିସି ସଭାପତିଙ୍କୁ କାହିଁକି ହେଲା କାଳି ମାଡ଼ ?

ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ

undefined

Sarat Pattnaik

Advertisment

ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । ସବୁ ସୀମା ଡେଇଁଗଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ପିସିସି ସଭାପତିଙ୍କ ଚାମ୍ବରରେ ପଶି କାଳି ମାଡ କଲେ ଓ ତାଙ୍କ ବିରୋଧରେ ନାରାବାଜି ବି କଲେ ।  ପିସିସି ସଭାପତି ନିଜ ଚାମ୍ବରରେ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଥିବାବେଳେ ତାଙ୍କ ଉପରେ ଅତର୍କିତ ଭାବେ କାଳି ମାଡ଼ ହୋଇଥିଲା। 

Advertisment

ଆଜି ସକାଳୁ ନିଟ୍ ଅନିୟମିତତା ନେଇ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟ ସଭାପତି ପାର୍ଟି ଅଫିସ୍‌ରେ ପହଞ୍ଚିଥିଲେ। ତେବେ ବିକ୍ଷୋଭ ପୂର୍ବରୁ କିଛି ବିଦ୍ରୋହୀ କଂଗ୍ରେସ କର୍ମୀ ଏଭଳି କାଣ୍ଡ ଭିଆଇଥିଲେ। କାଳିମାଡ଼ ସତ୍ତ୍ୱେ କାଳି ଭିଜା ପୋଷାକରେ ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପିସିସି ସଭାପତି।

ନିଟ୍ ଅନିୟମିତତା ବିକ୍ଷୋଭ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ବିଜେପି ଦ୍ୱାରା ପ୍ରରୋଚିତ ହୋଇ କିଛି ବ୍ୟକ୍ତି ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ଶରତ। ତାସହ କାଳିମାଡ଼ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ୍‌ରେ ଅଭିଯୋଗ କରିଛି ଦଳ। ତେବେ ପିସିସି ସଭାପତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।

Advertisment

ତେବେ କାହିଁକି ହେଲା ପିସିସି ସଭାପତିଙ୍କୁ କାଳି ମାଡ଼ ? କଣ ଏହା ପଛର କାରଣ ? ପ୍ରକୃତରେ କେଉଁମାନେ କାଳିମାଡ଼ କରିଛନ୍ତି ? ଏସବୁକୁ ନେଇ ଚାଲିଛି ଘଣ୍ଟାଚକଟା। ରାଜନୀତି ସମୀକ୍ଷକଙ୍କ ମତରେ- ୨୦୨୪ ନିର୍ବାଚନରେ ଟିକେଟ୍ ବଣ୍ଟନରେ ଅନିୟମିତତା, ବାରମ୍ବାର ଟିକେଟ୍ ପରିବର୍ତ୍ତନ ଓ ୯ ରୁ ୯୦ ମିଶନ ଫେଲ୍ ପଛରେ ପିସିସି ସଭାପତିଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀଙ୍କ ଅସନ୍ତୋଷ ତେଜିଛି। ଯେଉଁଥିପାଇଁ ଦଳ ଭିତରେ ଥିବା ବିଦ୍ରୋହୀ ହିଁ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି।

ଓଡ଼ିଶାରେ ନେତାଙ୍କୁ କାଳିମାଡ଼ ନୂଆ କଥା ନୁହେଁ। ଗତ ବର୍ଷ ବିଜେଡ଼ି ନେତା ଭି.କେ. ପାଣ୍ଡିଆନ୍‌ଙ୍କୁ ସତ୍ୟବାଦୀର ଏକ ସଭାରେ କାଳି ମାଡ଼ ହୋଇଥିଲା । ସେହିପରି ୨୦୧୬ରେ ଅଭିନେତାରୁ ରାଜନେତା ହୋଇଥିବା କମେଡିଆନ୍ ପପୁ ପମପମ୍‌ଙ୍କୁ ଭୁବନେଶ୍ୱରରେ କାଳିମାଡ଼ ହୋଇଥିଲା। କମେଡି ଜରିଆରେ ଜଗନ୍ନାଥ ସଂସ୍କୃତିକୁ କଦର୍ଥ କରିବା ଅଭିଯୋଗରେ ପପୁଙ୍କୁ କାଳିମାଡ଼ କରିଥିଲେ ଲୁଲୁ ସେନା ସମର୍ଥକ।

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ