Advertisment

MLA ପ୍ରାର୍ଥୀଙ୍କୁ ୩୦, MP ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଦେଇଥିଲା BJD; ଟଙ୍କାଟିଏ ଦେଇନି କଂଗ୍ରେସ

ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ ।

undefined

Odisha Politics

Advertisment

୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ? ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛି ଦଳ। ଯଦିଓ ଲୋକସଭାରେ ବିଜେଡିର ସାଂସଦ ସଂଖ୍ୟା ଜିରୋ, ହେଲେ ଦଳ ପ୍ରତି ଲୋକସଭା ପ୍ରାର୍ଥୀଙ୍କୁ ଦେଇଥିଲା ୫୦ ଲକ୍ଷ ଟଙ୍କା। ଆଉ ପ୍ରତି ବିଧାନସଭା ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦେଇଥିଲା ବିଜେଡି। ୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।

Advertisment

ସେହି ଅନୁସାରେ ଦଳ ଖର୍ଚ୍ଚ କରିଛି ମୋଟ୍ ୫୪ କୋଟି ୬୦ ଲକ୍ଷ ଟଙ୍କା। ନିର୍ବାଚନ ବେଳେ RTGS ମାଧ୍ୟମରେ ଦଳୀୟ ପାଣ୍ଠିରୁ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କୋଷାଧ୍ୟକ୍ଷ ସୁବାସ ସିଂ। ହେଲେ ନିର୍ବାଚନୀ ପ୍ରଚାର ଆଉ ପରିଚାଳନାରେ କେତେ ଟଙ୍କା ଖର୍ଚ୍ଚ କରିଛି ଦଳ ସେନେଇ ହିସାବ ଦେଇନି।

ଅନ୍ୟପଟେ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରୁ ସାମ୍ନାକୁ ଆସିଛି ଚକିତ କଲା ଭଳି ସୂଚନା। ଦଳ କହିଛି ଓଡ଼ିଶାରେ କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଦେଇନି ଦଳ। କୋଷାଧ୍ୟକ୍ଷ ଆଜୟ ମାକେନ୍ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଦଳ ରାଜ୍ୟରେ ୧୪୫ ବିଧାନସଭା ଓ ୨୦ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଦେଇଥିଲେ ବି କାହାକୁ ବି ଟଙ୍କା ଟିଏ ଦେଇନାହିଁ। ଅନ୍ୟପଟେ ବିଜେପି ପକ୍ଷରୁ ଦାଖଲ ହୋଇଥିବା ସତ୍ୟାପାଠ ଏଯାଏଁ ସାର୍ବଜନୀନ ହୋଇନି।

Advertisment

ରାଜ୍ୟରେ ନିର୍ବାଚନରେ ଭାଗ ନେଇଥିବା ଅନ୍ୟ ଦଳ ମଧ୍ୟରେ ଆପ୍, BSP, CPIML ପାର୍ଟି ମଧ୍ୟ ଟଙ୍କାଟିଏ ବି ଖର୍ଚ୍ଚ କରିନ ନଥିବା ବେଳେ ସମାଜବାଦୀ ପାର୍ଟି ଖର୍ଚ୍ଚ କରିଛି ୨୯ ଲକ୍ଷ ଟଙ୍କା। କିନ୍ତୁ ରାଜନୈତିକ ଦଳମାନଙ୍କର ଏହି ଖର୍ଚ୍ଚ ହିସାବକୁ ନେଇ ଏବେ ଚର୍ଚ୍ଚା। ସତରେ କଣ ଏତିକି ଟଙ୍କାରେ ଲଢି ହେଉଛି ନିର୍ବାଚନ? କାହିଁକି ନା ୨୪ ନିର୍ବାଚନ ଓଡ଼ିଶା ଇତିହାସରେ ଥିଲା ସବୁଠୁ ଭିନ୍ନ, ଆଉ ବ୍ୟୟ ବହୁଳ।

ପ୍ରଚାର ଆଉ ଫିଷ୍ଟ ବାଦ୍ ସିଧାସଳଖ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ମାଳ ମାଳ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଟଙ୍କା ସହ ନେତାଙ୍କୁ ଧରିବା ଘଟଣା ବି ଦେଖିବାକୁ ମିଳିଥିଲା। ଯଦିଓ ଓଡ଼ିଶାକୁ ଫୋକସ କରି ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରହିଥିଲା, ତାକୁ କାଉଣ୍ଟର କରିବାକୁ ହେଲିକେପ୍ଟର ଧରି ସାରା ଓଡ଼ିଶା ବୁଲିଥିଲେ ବିଜେଡିର ନବୀନ-ପାଣ୍ଡିଆନ ଯୋଡି। ସେଲିବ୍ରିଟିକୁ ଧରି କରାଯାଉଥିଲା ପ୍ରଚାର।

Advertisment

ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଏବଂ ସାଂସଦ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ