Advertisment

ଜେଇ ସିଭିଲ୍ ପ୍ରଶ୍ନପତ୍ର ଲିକ୍ ମାମଲା: OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ୍ ?

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପୋଲିସ ହାତରେ ଲିକ ହୋଇଥିବା ପ୍ରଶ୍ନପତ୍ର ଲାଗିଥିଲେ ବି ତାହା ଜେଇ ସିଭିଲର ପ୍ରଶ୍ନପତ୍ର ବୋଲି ଜାଣିବାକୁ ୭ ଦିନ ଲାଗିବା ପଛର କାରଣ କଣ। ଯଦି ପୋଲିସକୁ ଜଣାଥିଲା, ତାହେଲେ ପରୀକ୍ଷା ପୂର୍ବରୁ ଓଏସଏସସିକୁ କାହିଁକି ଅବଗତ କରାଯାଇ ନଥିଲା।

ଅଦ୍ୟତନ ହୋଇଛି
undefined

Question paper leak

Advertisment

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ ମାମଲାରେ OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ। କାରଣ ତଦନ୍ତର ପୂରା ପ୍ରକରଣକୁ ଦେଖି ପୋଲିସ ଉପରେ ଉଠିଛି ଏମିିତି ସଂଗୀନ ଆରୋପ। ଅଭିଯୋଗ କରି ପରୀକ୍ଷାର୍ଥୀ କହିଛନ୍ତି, ପୋଲିସ ପ୍ରଥମେ 15 ତାରିଖରୁ ପ୍ରଶ୍ନପତ୍ର ଲିକ୍ ଧରି ତାକୁ ୨୩ ତାରିଖ ଯାଏଁ ଚାପି ରଖିଲା। ଆଉ ତାପରେ ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।

Advertisment

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜୁଲାଇ ୧୫ରେ ରେଡ୍ କରି ଧରିବା ପରେ ବି ୨୩ ଯାଏଁ କାହିଁକି ଚୁପ୍ ବସିଥିଲା ପୋଲିସ ? ଘଟଣାକୁ ଚାପି ଦେବାକୁ ହେଉଥିଲା କି ଉଦ୍ୟମ ? ପୋଲିସ ସ୍କାନରକୁ କେବେ ଆସିବେ ଓଏସଏସସି କର୍ତ୍ତୃପକ୍ଷ ? ପ୍ରଶ୍ନପତ୍ର ଲିକ ରାକେଟରେ ମାଷ୍ଟରମାଇଣ୍ଡ କିଏ ଜଣାପଡିଥିଲା। ହେଲେ ଓଏସଏସସିର କାହାର ସଂପୃକ୍ତି, ତାର କେମିତି ଟେର ପାଉନି ପୋଲିସ? ଏମିତିସବୁ ଅନେକ ପ୍ରଶ୍ନକୁ ନେଇ ସନ୍ଦେହ ଘେରରେ ପୋଲିସର ଭୂମିକା।

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପୋଲିସ ହାତରେ ଲିକ ହୋଇଥିବା ପ୍ରଶ୍ନପତ୍ର ଲାଗିଥିଲେ ବି ତାହା ଜେଇ ସିଭିଲର ପ୍ରଶ୍ନପତ୍ର ବୋଲି ଜାଣିବାକୁ ୭ ଦିନ ଲାଗିବା ପଛର କାରଣ କଣ। ଯଦି ପୋଲିସକୁ ଜଣାଥିଲା, ତାହେଲେ ପରୀକ୍ଷା ପୂର୍ବରୁ ଓଏସଏସସିକୁ କାହିଁକି ଅବଗତ କରାଯାଇ ନଥିଲା। ଏହାବାଦ୍ ଘଟଣା ଜଣାପଡିବା ପରେ ମଧ୍ୟ ରାତାରାତି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ପୋଲିସ କେମିତି ଅନୁମତି ଦେଲା ବୋଲି ବି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ। 

Advertisment

ଅନ୍ୟପଟେ ୯ ଜଣଙ୍କ ବାଦ୍ ତଦନ୍ତରେ ଆଜି ଯାଏଁ ଆଉ କାହାକୁ ଗିରଫ କରିବାରେ ସକ୍ଷମ ହେଉନି ପୋଲିସ। ପୋଲିସର କହିବା କଥା ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଓଏସଏସସିର କାହାରି ସଂପୃକ୍ତି ନାହିଁ, ରାକେଟର ମାଷ୍ଟରମାଇଣ୍ଡ ବାହାର ରାଜ୍ୟର।

ବଡ କଥା ହେଲା, ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଉତ୍ତର ବି ପୋଲିସ ପାଖରେ ନାହିଁ। ପ୍ରଶ୍ନପତ୍ର ଲିକର ସୋର୍ସ କଣ, କେଉଁ ସ୍ତରରୁ ଲିକ ହୋଇଛି ତାର ବି ଟେର ପାଉନି ପୋଲିସ। ତେଣୁ କେଉଁ ତଦନ୍ତ ଆଧାରରେ  ଓଏସଏସସି ସଂପୃକ୍ତିକୁ ସିଧାସଳଖ ମନା କରୁଛି ପୋଲିସ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ଅନ୍ୟପଟେ ଏହି ଘଟଣାରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବା ବେଳେ ଓଏସଏସସି ଏବଂ ସରକାରଙ୍କ ନିରବତାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହେଲାଣି। 

Advertisment
OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ