Advertisment

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ବିଜେପି କର୍ମୀ ଗଲେ କୁଆଡେ?

ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ।

Egg Attack

Egg Attack

Advertisment

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଫେରିବା ବେଳେ ହୋଇଥିଲା ଅଣ୍ଡାମାଡ଼। ବଡ଼ ଡାକ୍ତରଖାନା ଛକ ନିକଟରେ ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ।  ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡାବର୍ଷା। ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ମେଡିକାଲ୍ ଛକ ନୁହେଁ, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବେଳେ ବଳଗଣ୍ଡି ଛକ ନିକଟରେ ବି ପ୍ରବଳ ବିରୋଧ ହୋଇଛି। 

Advertisment

କଡ଼ା ସୁରକ୍ଷା ସତ୍ତ୍ୱେ କିଛି ଯୁବକ ବଡ଼ଦାଣ୍ଡକୁ ଆସି କଳାପତାକା ଦେଖାଇବା ସହ ନବୀନ ପଟ୍ଟନାୟକ ଗୋ ବ୍ୟାକ୍ ନାରା ଦେଇଛନ୍ତି। ଏହି ସମୟରେ ଗୋବର ମାଡ଼ ହୋଇଥିବା ମଧ୍ୟ ସୂଚନା ମିଳିଛି। ପରେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ମାଳତୀପାଟପୁର ଠାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ବି ଅଣ୍ଡାମାଡ଼ ହୋଇଛି। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରିବା ଯାଏଁ ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ସେଠି ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ଯୁବମୋର୍ଚ୍ଚା।

ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ, ଅଧିକରୁ ଅଧିକ କୁହୁଳୁଛି ମମିତା ନିଆଁ ବିରୋଧୀଙ୍କ ଘନ ଘନ ଅଣ୍ଡାମାଡ଼ର ସାମ୍ନା କରୁଛନ୍ତି। ବିଜେଡି ନେତା ଓ ମନ୍ତ୍ରୀ  ଖୋଦ୍ ଦିବ୍ୟଶଙ୍କରଙ୍କ ଠୁ ଆରମ୍ଭ କରି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏଭଳି ବିରୋଧର ସାମ୍ନା କରିଛନ୍ତି। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କୁ ବି ଟାର୍ଗେଟ୍ କରାଯାଇଛି। ତେବେ ଅଣ୍ଡାମା଼ଡ, ଟମାଟୋ ମାଡ଼ ଦ୍ୱାରା ସମସ୍ୟାର ସମାଧାନ ହେବନି, ହେଲେ ଏହା ଜନଆକ୍ରୋଶର ନମୁନା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅନ୍ୟପକ୍ଷରେ ବିଜେଡି ଏହାକୁ ହୀନକାର୍ଯ୍ୟ ବୋଲି କହିଛି।

Advertisment

ଏହା ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ। ସେମାନଙ୍କ ବିରୋଧରେ ଆଇପିସି ୩୦୭ରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା। ଏହା ପରେ ୨୦୧୮ ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବରେ ଯୋଗ ଦେଇଥିବା ବେଳେ, ମଞ୍ଚ ଉପରକୁ ଜଣେ ମହିଳା ଅଣ୍ଡାମାଡ଼ କରିଥିଲେ। ତାଙ୍କ ବିରୋଧରେ ମଧ୍ୟ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା ଏବଂ ପରେ ତାହାକୁ ପ୍ରତ୍ୟାହାର କରାଯାଇଥିଲା।

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଅଣ୍ଡାମାଡ଼ କରିଥିବା ବିଜେପି ନେତାଙ୍କୁ ଥାନାରେ ଅଟକ ରଖି ମାଡ଼ ମରାଯିବା ଓ ସେମାନଙ୍କ ପତ୍ତା ମିଳୁନଥିବା ଅଭିଯୋଗ। ଏହି ଅଭିଯୋଗ କରି ପୁରୀ କୁମ୍ଭାରପଡ଼ା ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ନେତାମାନେ ଦଳୀୟ କର୍ମୀଙ୍କ ସହ ଥାନା ଘେରାଉ କରିଛନ୍ତି। ଅଣ୍ଡାମାଡ଼ ଘଟଣାରେ ପୋଲିସ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଓ ଆଉ ୨ ଜଣଙ୍କୁ ଅଟକ ରଖିଥିଲା। ହେଲେ ଜୟନ୍ତଙ୍କୁ କେଉଁଠି ରଖାଯାଇଛି, ତାହାର ଖୋଜଖବର କିଛି ମିଳୁନଥିବା ବିଜେପି ଅଭିଯୋଗ କରିଛି।

Advertisment

ରିପୋର୍ଟ: ହରିହର ଚାନ୍ଦ, ଅର୍ଚ୍ଚନା ଶତପଥୀ ଓ ପ୍ରଦୀପ ମହାନ୍ତି

Bhubaneswar Odisha Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ