ପଞ୍ଜାବ ଦଖଲ ପାଇଁ ଆମ୍ ଆଦମୀ ପାର୍ଟିର ବଡ଼ ଗେମ୍‌ ପ୍ଲାନ୍‌

ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍‌ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ।

Arvind Kejriwal & Bhagwant Mann

ପଞ୍ଜାବ ଦଖଲ ପାଇଁ ଆମ୍ ଆଦମୀ ପାର୍ଟିର ପ୍ରଥମ ଗୋଟି ଚାଳନା । ଭଗବନ୍ତ ମାନ୍ ହେଲେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ମୋହାଲୀରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ନିଜେ ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭବବନ୍ତ ମାନ୍‌ଙ୍କ ନା ଘୋଷଣା କରିଛନ୍ତି । ଭଗବନ୍ତ ମାନ୍‌ଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ନିର୍ବାଚନ ଲଢ଼ିବ ।

ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍‌ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ । ପଞ୍ଜାବରେ ନିଜର ସ୍ଥିତ ବେଶ୍ ଭଲ ଥିବା ଦାବି କରୁଥିବା ଆମ୍ ଆଦମୀ ପାର୍ଟି ସରକାର ଗଠନ ପାଇଁ ନିଜକୁ ପ୍ରମୁଖ ଦାବିଦାର ମଧ୍ୟ ମାନୁଛି । ଆସନ୍ତା ଫେବ୍ରୁଆରୀ ୨୦ରେ ଗୋଟିଏ ପର୍ଯ୍ୟାୟରେ ହିଁ ପଞ୍ଜାବରେ ମତଦାନ ହେବ ।

 

ସୂଚନାଯୋଗ୍ୟ ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଥମେ ଫେବ୍ରୁଆରୀ ୧୪ରେ ହେବାର ଥିଲା । କିନ୍ତୁ ପରେ ଏହା ୨୦ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍ ଶୋ ଉପରେ କଟକଣା ଜାରି କରିଛନ୍ତି । ତେବେ ସଭା କରିବାକୁ କିନ୍ତୁ ଅନୁମତି ଦିଆଯାଇଛି । 

ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ । ତେବେ ନିର୍ବାଚନ ଆଚରଣବିଧି ଓ କୋଭିଡ୍ କଟକଣା ଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ, ତାହାର ତଦାରଖ କରିବାକୁ ସଂପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।