Advertisment

ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଲାଗୁ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେକୌଣସି ସ୍ଥାନରେ ଓଡିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

Ayushman Bharat

Ayushman Bharat

Advertisment

ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର। ମାମଲା ଦାୟର କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରୁ ଓଡିଶାବାସୀଙ୍କୁ ବଞ୍ଚିତ କରୁଥିବା ଅଭିଯୋଗରେ ମାମଲା ଦାୟର ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଥିଲେ ବି ଅନେକ ସମୟରେ ଏହି ପରିମାଣ ଯଥେଷ୍ଟ ହେଉନଥିବାରୁ ରାଜ୍ୟବାସୀ ଉପଯୁକ୍ତ ସେବା ପାଇପାରୁନାହାନ୍ତି।

Advertisment

ଏମିତିକି ଜୀବନର ସମସ୍ତ ଜମା ଶେଷ ହେଇଯାଉଛି ବୋଲି ସମୀର ନିଜ ଆବେଦନରେ ଦର୍ଶାଇଛନ୍ତି। ରାଜ୍ୟ ବାହାରେ ଚିକିତ୍ସା ଆବଶ୍ୟକ ହେଲେ ଏହା ଗରିବ ଜନସାଧାରଣଙ୍କ ପାଇଁ ସମ୍ଭବ ହେଉନାହିଁ। ତେବେ ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେକୌଣସି ସ୍ଥାନରେ ଓଡିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଆବେଦନ ହୋଇଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
BJP Ayushman Bharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ