Advertisment

CMO ସହ ଆଲୋଚନା ପରେ ବି ତୁଟିଲାନି ଲକ୍ଷ୍ମୀ ବସ୍ କେଁ..!

୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।

undefined

Laxmi Bus

Advertisment

ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ, ଅକଳରେ ରାଜ୍ୟ ସରକାର । CMO ସହ ଆଲୋଚନା ପରେ ବାହରିଲା ବାଟ, ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ । 

Advertisment

ଗ୍ରାମଞ୍ଚଳରେ ବସ୍ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆଣିଥିଲେ ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋବାଇଲ ଇନିସିଏଟିଭ୍ ବା ଲକ୍ଷ୍ଣୀ। ହେଲେ ଏ ଯୋଜନା ଶୁଭାରମ୍ଭ କରିପାରୁ ନାହାଁନ୍ତି । ଗତ ଗାନ୍ଧୀ ଜୟନ୍ତୀରେ ମାଲକାନଗିରିରୁ ଶୁଭାରମ୍ଭ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଘୋରୋଇ ମାଲିକ ସଂଘର ବିରୋଧ ଯୋଗୁଁ ଅଟକିଗଲା। ଏବେ ପୁଣି ଥରେ ୧୨ ତାରିଖରେ ସେଇ ମାଲକାନଗିରି ଜିଲ୍ଲାରୁ ସ୍କିମ୍‌ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତି ଚାଲିଛି।

ତେଣେ ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ବସ୍ ଧର୍ମଘଟ ଡାକରା ଦେଇଥିବା ମାଲିକ ସଂଘ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚାନା ପରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଥିବାକୁ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ହୋଇଛି। ତେବେ ଘରୋଇ ବସ୍ ମାଲିକ ସଂଘ କହିଛି- ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲକ୍ଷ୍ଣୀ ଯୋଜନାରେ ୧ ହଜାର ସରକାରୀ ବସ୍ ଚାଲିବକୁ ନେଇ ସଂଘ ରାଜି, ହେଲେ ବ୍ଲକରୁ ଜିଲ୍ଲା ଓ ଜିଲ୍ଲାରୁ ରାଜଧାନୀକୁ କିନ୍ତୁ ଘରୋଇ ବସ୍‌କୁ ସାମିଲ କରାଯାଉ ।

Advertisment

ସେମାନେ ମଧ୍ୟ ଲକ୍ଷ୍ମୀ ବସ୍ ଭଳି ଗାଡ଼ିକୁ ରଙ୍ଗ କରିବାକୁ ରାଜି । ଏନେଇ ଆସନ୍ତା ୧୩ରେ ସରକାରଙ୍କ ସହ ପୁଣି ଆଲୋଚନା ହେବ। ପରମିଟ୍ ଟ୍ରାନସଫର୍ ଡିସେମ୍ବର ୩୧ ଭିତରେ କାର୍ଯ୍ୟକାରୀ ହେବ। ୧୫ ବର୍ଷର ବସ୍‌କୁ ୨୦ ବର୍ଷ ପର୍ଯ୍ୟନ୍ତ ଚଳାଇବାକୁ ଅସ୍ଥାୟୀ ପରମିଟି ବି ଫେଜ୍ ଅନୁସାରେ ଦିଆଯିବାକୁ ପ୍ରତିଶୃତି ମିଳିଛି । ତାସହ ଭିଏଲ୍ ଟିଡି ଓ ପାନିକ୍ ବଟନ୍ ଡିସେମ୍ବର ୨୦୨୪ରେ ଲାଗୁ ହେବ ବୋଲି ସଂଘ କହିଥିବା ସୂଚନା ଦେଇଛି।

ଲକ୍ଷ୍ମୀ ଯୋଜନାରେ ପ୍ରଥମ ତିନି ବର୍ଷରେ ରାଜ୍ୟ ସରକାର ୩୧୭୮ କୋଟି ଖର୍ଚ୍ଚରେ ୧୦୦୦ଟି ବସ୍ ଚଳାଇବାକୁ ଯୋଜନା ରଖିଛନ୍ତି। ତେବେ ଆଗକୁ ନିର୍ବାଚନ ଥିବାରୁ ଗ୍ରାମାଞ୍ଚଳ ଭୋଟ୍ ହାତେଇବାକୁ ଏଭଳି ସ୍କିମ୍ ଆଣିଥିବା କହି ନିଶାନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ଲକ୍ଷ୍ମୀ ଯୋଜନାକୁ ନେଇ ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଲାଗିଥିବା ବିବାଦ ସାମୟିକ ଥମିଥିଲେ ବି ଏତେ ସହଜରେ ତୁଟିବା ଭଳି ଲାଗୁନି । 

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ