Advertisment

ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ: ଜୟନ୍ତ ଷଡ଼ଙ୍ଗୀ

‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।

Jayant Sarangi On Modi

Jayant Sarangi On Modi

Advertisment

ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବଡ଼ ବୟାନ। ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ପୁରୀରୁ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ।

Advertisment

ଏହା ପୂର୍ବରୁ ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଚବିଶ ନିର୍ବାଚନରେ ନିଜ ସିଟ୍ ନେଇ କିଛି ଚକମା ଦେଖାଇବେ କି ନବୀନ ? ରାଜନୈତିକ ମହଲରେ ଚର୍ଚ୍ଚା, ଆସନ୍ତା ନିର୍ବାଚନ ନବୀନ ଶ୍ରୀକ୍ଷେତ୍ର ପୁରୀରୁ ଲଢିପାରନ୍ତି। ଏହି ଚର୍ଚ୍ଚାକୁ ଖୋରାକ୍ ଦେଇଛି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ। ରାମକୃଷ୍ଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ। ଗତ ନିର୍ବାଚନରେ ବି ନବୀନ ଦୁଇଟି ଆସନରୁ ଲଢ଼ିଥିଲେ। ଏଥର ବି ସେହି ଫର୍ମୁଲାରେ ପୁରୀକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Odisha Puri Narendra Modi BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ