Advertisment

President Droupadi Murmu: କାଲି ଆସିବେ ରାଷ୍ଟ୍ରପତି; କଣ୍ଟିଲୋ ନୀଳମାଧବଙ୍କୁ କରିବେ ଦର୍ଶନ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନୟାଗଡ଼ ଜିଲ୍ଲାର କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

ଅଦ୍ୟତନ ହୋଇଛି
Droupadi Murmu

Droupadi Murmu

Advertisment

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ନାୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇଲେ ଆସ୍ଥାର ବୁଡ଼

ରାଷ୍ଟ୍ରପତି ପ୍ରଥମେ ସ୍ୱତନ୍ତ୍ର ବିମାନରେ କଣ୍ଟିଲୋ ପଲଟନ ପଡ଼ିଆରେ ଅବତରଣ କରି ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ କାର୍ ଯୋଗେ ନୀଳମାଧବଙ୍କ ଦର୍ଶନ ପାଇଁ ଯିବେ। ମନ୍ଦିର ପରିଦର୍ଶନ ସହ ପୂଜକମାନଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ଏହାପରେ କାଳିଆପଲ୍ଲୀ ଗ୍ରାମରରେ ଶବର ରାଜା ବିଶ୍ବାବସୁଙ୍କ ପୀଠ ପରିଦର୍ଶନ କରିବା ସହ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ବିଶ୍ବାବସୁ ଶବର ସମାଜ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗଦେବେ।

Advertisment

ରାଷ୍ଟ୍ରପତିଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି l କଣ୍ଟିଲୋ ନୀଳମାଧବ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋର ଦେଇଛି ଜିଲ୍ଲା ପ୍ରଶାସନ। ନୟାଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲାକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି ।  

ଅଧିକ ପଢ଼ନ୍ତୁ: ପଦ୍ମ ପୁରସ୍କାର ପାଇଲେ ଏହି ଦୁଇ ଓଡ଼ିଆ; ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment
Balasore President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ