Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତାବର୍ଷ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ ! ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋଚନା ପାଇଁ ବସିବ ସର୍ବଦଳୀୟ ବୈଠକ ।

ଅଦ୍ୟତନ ହୋଇଛି
undefined

VOTE

Advertisment

ଭୁବନେଶ୍ୱର: ଆସନ୍ତାବର୍ଷ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ସଂପର୍କରେ ଆଲୋଚନା ପାଇଁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ କମିଶନ ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତ କରି ସାରିଛନ୍ତି । ଏନେଇ ଆପତ୍ତି ଅଭିଯୋଗ ସହ ତାଲିକା ସଂଶୋଧନ କରାଯିବ । ତାପୂର୍ବରୁ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଂଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ୧୮ ପୃଷ୍ଠାର ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ପଂଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ, ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ, ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।

Advertisment

ଗାଇଡ଼ଲାଇନ୍ ଅନୁସାରେ, ୨୦୧୭ ମସିହା ଭଳି ଆଗାମୀ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଇଭିଏମ ମେସିନରେ ମତଦାନ ହେଉଥିବାବେଳେ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ଯ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟଗଣତି କେନ୍ଦ୍ର ମୁଖ୍ୟତଃ ବ୍ଲକ ମୁଖ୍ୟାଳୟରେ ହେବା ଉଚିତ୍ । ଯଦି ବ୍ଲକ କାର୍ଯ୍ୟାଳୟରେ ସେଭଳି ଘରର ବ୍ୟବସ୍ଥା ନଥିବ ତା’ହେଲେ ବ୍ଲକ ମୁଖ୍ୟାଳୟରେ ଥିବା ହାଇସ୍କୁଲ କିମ୍ବା କଲେଜରେ ଭୋଟଗଣନା କେନ୍ଦ୍ରର ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୌଣସି ପରିସ୍ଥିତିରେ ବି ଅସ୍ଥାୟୀ ଗୃହରେ ଭୋଟଗଣତି ହୋଇପାରିବ ନାହିଁ । ଭୋଟଗଣତି କେନ୍ଦ୍ରର ସାଇଜ୍ ଅତିକମରେ (୩୫ଫୁଟ ଓ ୨୦ଫୁଟ) ହେବା ଜରୁରୀ । ଯଦି କୌଣସି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନରୁ ଅଧିକ ଜୋନ୍ ଥିବ ତା’ହେଲେ ସେଠାରେ ୨ଟି ଏଭଳି ହଲ୍ ଗଣନା ପାଇଁ ଆବଶ୍ୟକ ପଡ଼ିବ । ଭୋଟଗଣତି କେନ୍ଦ୍ରର ୧୦୦ମିଟର ପରିସର ଭିତରକୁ ମୋଟରଯାନ ପ୍ରବେଶ ନିଷେଧ । ଭୋଟ ଗଣତି କେନ୍ଦ୍ରକୁ ପ୍ରାର୍ଥୀ, ଏଜେଣ୍ଟ ଓ ଗଣନାକାରୀ କର୍ମଚାରୀମାନେ ନିଜର ଫୋନ୍ ଅବା କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇପାରିବେ ନାହିଁ। ଭୋଟଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି କାର୍ଯ୍ୟରେ ସାମିଲ କରାଯିବ ନାହିଁ ।

Advertisment
Election Commission All-party Meeting Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ