Advertisment

Empowerment Initiatives for Women in Odisha: SHG ପାଇଁ ପ୍ରଭାତୀଙ୍କ ପଦକ୍ଷେପ, ସେପଟେ ମହିଳାଙ୍କ ବିରୋଧ

ପ୍ରଭାତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଇଛନ୍ତି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ନାହିଁ।

ଅଦ୍ୟତନ ହୋଇଛି
Pravati Parida

Pravati Parida

Advertisment

ଆଗକୁ ବଢ଼ିବେ ମହିଳା। ଆହୁରି ସଶକ୍ତ ହେବ ନାରୀ ଶକ୍ତି । ଦିଆଯିବ ପ୍ରଶିକ୍ଷଣ, ବଢ଼ିବ ମହିଳାଙ୍କ ସ୍କିଲ୍‌। ସୋସିଆଲ ମିଡିଆ ‘X’ରେ ଏମିତି କିଛି ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Advertisment

ସେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ଯେ, ମିଶନ ଶକ୍ତି ବଜାର ହେଉଛି ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା । ମହିଳାଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କ ସ୍କିଲ ବୃଦ୍ଧି କରି ଅଧିକ ସକ୍ଷମ କରିବା ଆମ ପ୍ରୟାସ ବୋଲି ପ୍ରଭାତୀ ପୋଷ୍ଟ କରିବା ସହ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ଲକ୍ଷପତି ଦିଦି’ରେ ଓଡ଼ିଶା ନମ୍ବର ୱାନ୍’

ପ୍ରଭାତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିଜର ପ୍ରତିବଦ୍ଧତା ପୁଣିଥରେ ଦୋହରାଇଛନ୍ତି । ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ନାହିଁ। ଅର୍ଥାତ୍‌ 0% interestରେ ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିପାରିବ । ମହିଳା କେନ୍ଦ୍ରୀକ ଗ୍ରାମ୍ୟ ଅର୍ଥନୀତି ପାଇଁ ମୋଦୀଙ୍କ ପ୍ରୟାସକୁ ମୋହନ ପୂରା କରୁଛନ୍ତି ବୋଲି ପ୍ରଭାତୀ କହିଛନ୍ତି ।

Advertisment

ହେଲେ ସରକାର କରିଥିବା SHG ଗ୍ରୁପର ରିଷ୍ଟ୍ରକଚରକୁ ନେଇ ମହିଳାଙ୍କମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶହଶହ SHG ସଦସ୍ୟମାନେ ଏକାଠି ହୋଇ ବ୍ଲକ ଘେରାଉ କରିଛନ୍ତି । SHG ଗ୍ରୁପ ଗୁଡିକର ରିଷ୍ଟ୍ରକଚରକୁ ବାତିଲ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

‘ସୁଭଦ୍ରା’ ହେଉକି ‘ମିଶନ ଶକ୍ତି’ ଉଭୟ ଯୋଜନାକୁ ନେଇ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଅନ୍ୟପକ୍ଷରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ‘ସୁଭଦ୍ରା’ ଶକ୍ତି ସମାରୋହ ଓ ସେବା କେନ୍ଦ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲକ୍ଷପତି ଦିଦି ସୃଷ୍ଟି ଉଦ୍ଦେଶ୍ୟରେ କହିଥିବା ଦେଖିବାକୁ ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଜୀବନରୁ ମାରିଦେବାର ଧମକ,୧୦ ମିନିଟ୍‌ରେ ଆସିଲା ୨ଥର ଫୋନ୍‌...

BJP Pravati Parida Deputy Chief Minister Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ