Advertisment

କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର

ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଦରକାର, ଦଳରେ ସାମିଲ୍ ହେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିଲେ

ଅଦ୍ୟତନ ହୋଇଛି
Prashant Kishore

Prashant Kishore

Advertisment

ଅନେକ ଚର୍ଚ୍ଚା ଉପରେ ଲାଗିଲା ବିରାମ । କଂଗ୍ରେସରେ ଯୋଗ ଦେବେନି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କଂଗ୍ରେସରେ ଯୋଗଦେବେ ନାହିଁ ବୋଲି ସେ ସିଧା ସିଧା ମନା କରିଦେଇଛନ୍ତି । ଗତ କିଛି ଦିନ ହେବ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପ୍ରଶାନ୍ତଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା ।

Advertisment

ତେବେ ସବୁ କଳ୍ପନା ଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ, ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ସେ ସ୍ପଷ୍ଟ ଭାବେ କଂଗ୍ରେସରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି, ‘କଂଗ୍ରେସ ଦଳ ମୋ ଅପେକ୍ଷା ଭଲ ନେତୃତ୍ୱ ଆବଶ୍ୟକ କରୁଛି । ମିଳିତ ଇଚ୍ଛାଶକ୍ତି ଓ ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଆବଶ୍ୟକ କରୁଛି ଦଳ ।’ ସେ ଆହୁରି କହିଛନ୍ତି, କଂଗ୍ରେସରେ ସାମିଲ୍ ହେବା ନେଇ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧି ତାଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସେ ଏହାକୁ ଗ୍ରହଣ କରିନାହାନ୍ତି ।

Advertisment

ପ୍ରଶାନ୍ତ କହିଛନ୍ତି ମୁଁ EAG ସହ ସାମିଲ ଅଛି । ମୋତେ ଅନେକ ନିର୍ବାଚନ ବେଳେ ବଡ଼ ଦୟିତ୍ୱ ତୁଲାଇବାକୁ ପଡ଼ୁଛି । ତେଣୁ ମୁଁ ସେଥିରେ ବ୍ୟସ୍ତ ରହିବି । କଂଗ୍ରେସରେ ଯୋଗଦେବାର ଏବେ କୌଣସି ଯୋଜନା ନାହିଁ ।

Congress Politics Prashant Kishore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ