Advertisment

Prasanna Patasani: ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?

ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ହେଉଛି । ଦଳରେ ନେତାମାନେ ଦଳରେ ଅଣନିଃଶ୍ୱାସୀ ହୋଇଗଲେଣି । ତଥାପି କାହିଁକି ନବୀନ ପାଣ୍ଡିଆନଙ୍କୁ ଛାଡି ପାରୁନାହାନ୍ତି ?

ଅଦ୍ୟତନ ହୋଇଛି
Prasanna Patasani

Prasanna Patasani

Advertisment

''ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ସେ ମିଛ କହୁଛନ୍ତି । ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବା କହିବା ସବୁଠୁ ବଡ଼ ମିଛ । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ନିର୍ବାଚନ ହାରିଛି । ବିଜେଡିରେ ନେତାମାନେ ଅଣନିଃଶ୍ୱାସୀ ହୋଇଗଲେଣି । ପର ବୁଦ୍ଧିରେ ବାଟ ଚାଲିଲେ ଘର ଭାଙ୍ଗିବ । ପାଣ୍ଡିଆନ ପାଇଁ ବିଜେଡି ଦଳର ଏପରି ବିପର୍ଯ୍ୟୟ । ତଥାପି ନବୀନ କାହିଁକି ପାଣ୍ଡିଆନଙ୍କୁ ଛାଡ଼ି ପାରୁନାହାନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ।'' ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ଚାଲିଥିବା ବିଦ୍ରୋହ ମଧ୍ୟରେ ଆଜି ଏଭଳି ବିସ୍ଫୋରକ ବୟାନ ଦେଇ ରାଜନୀତିକୁ ଆହୁରି ସରଗରମ୍ କରିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।

Advertisment

ବିଜେଡି ଦଳରେ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନବୀନଙ୍କ ନାଲିଆଖିକୁ ଆଉ ଡରୁନାହାନ୍ତି ନେତା, ଏପରିକି ପାଣ୍ଡିଆନଙ୍କୁ ବିରୋଧ କରି ଖୋଲାଖୋଲି ବିଦ୍ରୋହ ଘୋଷଣା କରୁଛନ୍ତି । ବିଜେଡିରେ ଏଭଳି ଅଡୁଆ ପରିସ୍ଥିତି ଭିତରେ ପ୍ରସନ୍ନ ପାଟ୍ଟଶାଳୀ ନବୀନ ଓ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲୋକମାନେ ବିଜେଡି ଦଳକୁ ଫୋପାଡି ଦେଲେ । ଦଳ ନିର୍ବାଚନ ହାରିବା ପାଇଁ ପାଣ୍ଡିଆନ ଦାୟୀ । ତଥାପି ନବୀନ ତାଙ୍କୁ ଛାଡି ପାରୁନାହାନ୍ତି । ପାଣ୍ଡିଆନଙ୍କ ପାଖରେ କ’ଣ ଅଛି, ନବୀନ କାହିଁକି ଡରୁଛନ୍ତି ?

Advertisment

ଅଧିକ ପଢ଼ନ୍ତୁ : ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି

ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ପାଣ୍ଡିଆନ ସବୁ ଷଡଯନ୍ତ୍ର କରୁଛନ୍ତି । ମୋ ବିରୋଧରେ ବି ସେ ଷଡ଼ଯନ୍ତ୍ର କରିଥିଲେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲି । ମୁଁ ଚିଲିକାରୁ ଟିକେଟ୍‌ ଚାହୁଁଥିଲି, ଶେଷ ସମୟରେ ମୋତେ ଟିକେଟ୍ ଦେଲେନି । 

ଏହାସହିତ ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ମଧ୍ୟ ଦୁର୍ଭାଗ୍ୟଜନକ ବୋଲି କହି ନିନ୍ଦା କରିଛନ୍ତି । ନେତାଙ୍କୁ ତାଗିଦ୍‌ କରିବାର ଅଧିକାର କାହାର ନାହିଁ । ନବୀନଙ୍କ ଚେତାବନୀ କିଛି କାମ କରିବନି । ବିଜେଡିରେ ନେତା ଅଣନିଃଶ୍ବାସୀ ହୋଇଗଲେଣି । ପାଣ୍ଡିଆନ ଆସିବା ଦିନ ଠାରୁ ଦଳ ଧ୍ବଂସ ହୋଇଗଲା । ନବୀନ ବାବୁ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବାରୁ ତାଙ୍କ ମାର୍କେଟ ଗଲା ବୋଲି କହିଛନ୍ତି ପ୍ରସନ୍ନ ପଟ୍ଟଶାଣୀ ।

Advertisment

ଅଧିକ ପଢ଼ନ୍ତୁ : ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍‌ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର

Naveen Patnaik BJD BJP VK Pandian Prasanna Kumar Patasani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ