Advertisment

ବିଜେଡି ଖେଳିଲା ମହିଳା କାର୍ଡ; ବାଚସ୍ପତି ହେବେ ପ୍ରମିଳା

ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଞ୍ଝାରପୁରର ଏହି ବରିଷ୍ଠ ବିଧାୟିକା ।ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

undefined

Pramila Mallik

Advertisment

ପୁଣି ମହିଳା କାର୍ଡ ଖେଳିଲା ବିଜେଡି । ମନ୍ତ୍ରୀ ପଦରୁ କାଢି ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପରେ ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର । ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍ ହେବାପରେ କାଳେ ବିଜେପି ଆଡେ ମହିଳା ଭୋଟ ଚାଲିଯିବ ସେଇ ଭୟରେ ଦଳ ମହିଳା କାର୍ଡ ଖେଳୁଥିବା କୁହଯାଉଛି । ୨୦୨୪ରେ ମହିଳା ସଂରକ୍ଷଣ ବିଲ୍ ଲାଗୁ କରାଯାଉ ବୋଲି ବିଜେଡି ଦାବି କରିଛି । ତେଣୁ କେନ୍ଦ୍ର ଲାଗୁ ନ କଲେ ବି ଦଳୀୟ ଭିତ୍ତିରେ ବିଜେଡି ୩୩ ପ୍ରତିଶତ ଟିକଟ୍ ବିଧାନସଭା ନିର୍ବାଚନରେ ଦେଉ ବୋଲି ଆହ୍ୱାନ ଦେଇଛନ୍ତି ବିରୋଧୀ ।

Advertisment

ବିଧାନସଭାରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।ବିଧାନସଭା ସଚିବଙ୍କ ପ୍ରକୋଷ୍ଠକୁ ଯାଇ ପୂରା ଟିମ୍ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଞ୍ଝାରପୁରର ଏହି ବରିଷ୍ଠ ବିଧାୟିକା ।ନାମାଙ୍କନରେ ପ୍ରମିଳାଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଯେହେତୁ ବିରୋଧୀ ପ୍ରାର୍ଥୀ ଦେଉନାହାନ୍ତି ଏବଂ ସଂଖ୍ୟା ବିଜେଡି ପାଖେ ରହିଛି ତେଣୁ ପ୍ରମିଳା ବାଚସ୍ପତି ହେବା ସୁନିଶ୍ଚିତ। ଆସନ୍ତାକାଲି ବିଧିବଦ୍ଧ ବାବେ ବାଚସ୍ପତି ଆସନରେ ବସିବେ ପ୍ରମିଳା ।ଓଡ଼ିଶା ବିଧାନସଭା ପାଇବ ଏହାର ପ୍ରଥମ ମହିଳା ବାଚସ୍ପତି । ୬ ଥରର ବିଧାୟକା, ଏକାଧିକ ଥର ମନ୍ତ୍ରୀ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ତାଙ୍କ ପାଖେ ବେଶ୍ ଅଭିଜ୍ଞତା ରହିଛି ।

ଅନ୍ୟପଟେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇସାରିଛି । ଏହି ବିଲ୍ର ଶ୍ରେୟ କାଳେ ବିଜେପି ନେଇଯିବ, ମହିଳା ଭୋଟ୍ କାଳେ ବିଜେପି ଆଡେ ଚାଲିଯିବ ସେହି ଭୟରେ ବିଜେଡି ମହିଳା କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।ଯଦିଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ୍ ଦେଇଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ସେଭଳି କରିନଥିଲା ।ଯେହେତୁ ବିଜେଡି ୨୪ ନିର୍ବାଚନରୁ ଏହି ବିଲ୍ ଲାଗୁ କରିବାକୁ ଜୋରଦାର ଦାବି କରୁଛି, ତେଣୁ ଦଳୀୟ ଭିତ୍ତିରେ ବିଧାନସଭା ନିର୍ବାଚନରେ ଦଳ ଏକ-ତୃତୀୟାଂଶ ଟିକଟ୍ ମହିଳା ନେତ୍ରୀଙ୍କୁ ଦେବ କି ? ଅର୍ଥାତ ୪୯ MLA ଟିକେଟ ମହିଳାଙ୍କ ପାଇଁ ବିଜେଡି ସଂରକ୍ଷିତ ରଖିବକି ? ବିରୋଧୀ ଦାବି କରିଛନ୍ତି, ବିଜେଡି ପ୍ରଥମେ ଏହା କରି ଦେଖାଉ ।

Advertisment
Pramila Mallik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ