Advertisment

ବିଜେଡି ଛାଡ଼ିଲେ ପ୍ରକାଶ ବେହେରା, ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ ।

ଅଦ୍ୟତନ ହୋଇଛି
Prakash Behera

Prakash Behera

Advertisment

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ପ୍ରକାଶ। ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖେ। ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମଣିଲି। ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ୨୫ ବର୍ଷ ହେଲା ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। 

Advertisment

ଗତ ନିର୍ବାଚନରେ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ। ନିର୍ବାଚନ ପୂର୍ବରୁ ବିଜେଡିକୁ ଆସି ସେ କଟକ-ବାରବାଟୀ ଆସନରୁ ଟିକେଟ ହାତେଇଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟରେ ଜିତିଥିଲେ। ପରେ କଂଗ୍ରେସରୁ ବିଜେପି ଯାଇ ସେଇଠୁ ବିଜେଡିକୁ ଯାଇଥିଲେ ପ୍ରକାଶ। ତେବେ ପ୍ରକାଶଙ୍କ ଇସ୍ତଫା ଏବଂ ତାଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

Prakash Behera BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ