Advertisment

ବରପଦା ଇଂଜିନିୟରିଂ କଲେଜ ଜମି ମାମଲା: ସାମଲ ବାପା-ପୁଅଙ୍କୁ ସମନ କଲା ଇଡି

ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍‌ କରିଥିଲା।

ଅଦ୍ୟତନ ହୋଇଛି
Prafulla Samal

Prafulla Samal

Advertisment

ବଢ଼ିଲା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ କରିଛି ଇଡି। ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ଇଡିର ସମନ। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଇଡି ପ୍ରଫୁଲ୍ଲ ସାମଲ ଓ ପ୍ରୟାସକାନ୍ତି ସାମଲଙ୍କୁ ଇଡି ସମନ କରିଛି।

Advertisment

ସୂଚନା ଅନୁସାରେ ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍‌ କରିଥିଲା। ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲା।

ଅନ୍ୟପକ୍ଷରେ ଏହି ମାମଲାରେ ଇଡି ଗତକାଲି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଟଙ୍କା ସହ କାର ଜବତ କରିଥିଲା। ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କରିଥିଲା ଇଡି।

Advertisment

BJD MLA ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ