Advertisment

ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ ! ମୁଁ ଯାଉଛି, ମୋର କିଛି ହେଲେ CM-DG-CS ଦାୟୀ

ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ଅଦ୍ୟତନ ହୋଇଛି
Pradeep Panigrahi

Pradeep Panigrahi

Advertisment

ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗଂଜାମରେ ଆୟୋଜିତ 5T ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ମୋ ନିର୍ବାଚନମଣ୍ଡଳୀକୁ ମୋତେ କିଏ ରୋକିବ ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ମୋ ଉପରେ କିଛି ଆକ୍ରମଣ ହେଲେ ଦାୟୀ ରହିବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ।

Advertisment

ମୋ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଗଲେ ସମ୍ମାନ ସହ ସ୍ୱାଗତ କରିବି। କିନ୍ତୁ ଜଣେ ସଚିବ ଯାଉଛନ୍ତି । ତାଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ତା କାହିଁକି ବୋଲି ପଚାରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଶୁଣିଲି ମୋ ଯିବା ବାଟରେ ପୋଲିସ ମୋତେ ଅଟକାଇବ। ମୋତେ ଯଦି ଅଟକାଇଲେ ତେବେ ଓଡିଶା ରାଜନୀତି ଚିତ୍ରପଟ ବଦଳିବ। ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କଣ ଭାବୁଛନ୍ତି କି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସୂଚନାଯୋଗ୍ୟ, ଆଜିଠୁ ୩ ଦିନିଆ ଗଂଜାମ ଗସ୍ତରେ ଯାଉଛନ୍ତି ଭି.କେ. ପାଣ୍ଡିଆନ୍। ତା ପୂର୍ବରୁ ଜିଲ୍ଲାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛି ଦଳ। ତାସହ ମାତ୍ର ୨ କିଲୋମିଟର ରସ୍ତାକୁ ଗାଡ଼ିରେ ନଯାଇ ହେଲିକେପ୍ଟରରେ ଯିବାକୁ ବି କଡା ଭାଷାରେ ସମାଲୋଚନା କରିବା ସହ ସରକାରୀ ଅର୍ଥରେ ଏହା ବିଜେଡି କାର୍ଯ୍ୟକ୍ରମ ବୋଲି ଆଭିଯୋଗ ଆଣି ବର୍ଷିଛି।

Advertisment

ଏମିତିକି ପାଣ୍ଡିଆନ୍‌ଙ୍କ ଗସ୍ତ ପୂର୍ବରୁ ବିଭିନ୍ନ ସ୍ଥାନରେ ବିରୋଧାତ୍ମକ ଲେଖା ଦେଖିବାକୁ ମିଳିଛି । ସଭାସ୍ଥଳଠାରୁ ରାସ୍ତାକଡ଼, ଫାଇଭ-ଟି ସଚିବଙ୍କୁ ବିରୋଧ କରି କାନ୍ଥ ବାଡ଼ରେ ଲେଖାଯାଇଛି ସ୍ଲୋଗାନ । କନିଶି ବ୍ଲକ, ତହସିଲ ଅଫିସ୍, ଦୋକାନ ଘର, ସବୁଠି ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କ ବିରୋଧରେ ମାଳ ମାଳ ଲେଖା । ଯାହାକୁ ନେଇ ଗଂଜାମ ଜିଲ୍ଲା ରାଜନୀତିରେ ହଲଚଲ୍ ସାଙ୍ଗକୁ ସୋସିଆଲ ମଡିଆରେ ବି ଭାଇରାଲ୍ ।

ତେଣେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ରାଜ୍ୟରେ ଚାଲିଥିବା ସଚିବ ଶାସନ ବ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ଗଣତନ୍ତ୍ର ନା ଅମଲାତନ୍ତ୍ର ବଡ଼ ବୋଲି ପ୍ରଶ୍ନ କରିବା ସହ ସରକାରରେ ବ୍ୟାପକ ଦୁର୍ନିତୀ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ତାସହ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବି ବର୍ଷିଛନ୍ତି ପ୍ରଦୀପ ।

Advertisment
BJD BJP Congress Pradeep Panigrahi Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ