Advertisment

Naba Das Murder Case: ବିଜେପି ନେତାଙ୍କ ବିସ୍ଫୋରକ ବୟାନ୍‌, ସିବିଆଇ ତଦନ୍ତ ହେଲେ ଫସିବେ ଦୁଇ ବିଜେଡି ନେତା...

ପ୍ରଦୀପ ପୁରୋହିତ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍‌କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି।

undefined

BJ‌D

Advertisment

ବିଜେଡି ଚାପ ଯୋଗୁ CBI ତଦନ୍ତ ପାଇଁ ଲିଖିତ ଜଣାଉନାହାନ୍ତି ଦୀପାଳି ଦାସ। ନାଁ ନନେଇ ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଓରଫ ବବିଙ୍କୁ ଟାର୍ଗେଟ୍। ସିବିଆଇ ତଦନ୍ତ ହେଲେ ଫସିବେ ଦୁଇ ବିଜେଡି ନେତା। ମୁଖ୍ୟମନ୍ତ୍ରୀ ହେବା ମୋହରେ ପୋଲିସ ଲଗାଇ ହୋଇଥିଲା ନବ ଦାସଙ୍କୁ ହତ୍ୟା। ହତ୍ୟା ପଛରେ ରହିଛି ଜଣେ ଆଇଏଏସ୍ ଓ ବିଜେଡିର ବଡ଼ ନେତାଙ୍କ ହାତ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ।

Advertisment

ପ୍ରଦୀପ ପୁରୋହିତ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍‌କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି। ଏହାସହ ଅଭିଯୋଗ କରି କହିଛନ୍ତି, ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ତାଙ୍କୁ ରାସ୍ତାରୁ ହଟେଇ ଦେଲେ। ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ, ସେମାନଙ୍କ ବିଷୟରେ ରାଜ୍ୟବାସୀ ଜାଣିବାର ଅଧିକାର ଅଛି। ଯଦି ସିବିଆଇ ତଦନ୍ତ ହେବ ତା’ହେଲେ ଏହାର ପର୍ଦ୍ଦାଫାସ ହେବ। ଏହାସହ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ପ୍ରଦୀପ।

ଅଧିକ ପଢ଼ନ୍ତୁ : ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

Advertisment

ସେପଟେ ବିଜେଡି କହିଛି, କ୍ରାଇମବ୍ରାଞ୍ଚ ତଦନ୍ତ ଠିକ୍‌ ହୋଇଥିଲା। ଦୀପାଳି CBI ତଦନ୍ତ ପାଇଁ କହିଛନ୍ତି, ବିଜେପି ନେତା ମଧ୍ୟ କହୁଛନ୍ତି, ସରକାର CBI ତଦନ୍ତ ପାଇଁ ପଛ ଘୁଞ୍ଚା କାହିଁକି ଦେଉଛନ୍ତି? ମୁଖ୍ୟମନ୍ତ୍ରୀ ହେବା ପାଇଁ ଯଦି ନବ ଦାସଙ୍କୁ ହତ୍ୟା କରାଯାଇଛି ବୋଲି କହୁଛନ୍ତି, ସେମାନେ କିଏ ସାମ୍ନାକୁ ଆଣନ୍ତୁ। ସେମାନେ ସରକାରରେ ଅଛନ୍ତି, ତଦନ୍ତ କରନ୍ତୁ ବୋଲି ବିଜେଡି କହିଛି।

ତେବେ ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ନେଇ ଦୀପାଳିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଏପଟେ କ୍ରାଇମବ୍ରାଞ୍ଚ ନୋଟିସ୍ ପରେ ଦୀପାଳି ଓ ତାଙ୍କ ଭାଇ ବିଶାଳଙ୍କ ନିରବତାଙ୍କୁ ନେଇ ଉଠିଛି ପ୍ରଶ୍ନ। ପୂର୍ବରୁ ସିବିଆଇ ତଦନ୍ତ ଦାବି କରି କାହିଁକି ଚୁପ୍ ବସିଛନ୍ତି ଦୀପାଳି? ଲିଖିତ ଭାବେ କାହିଁକି ସରକାରକୁ ଜଣାଉ ନାହାନ୍ତି? ଏମିତି କି ସିବିଆଇ ତଦନ୍ତ ନେଇ ପରିବାର ସହ ଆଲୋଚନା କରି ସାରିଥିବା କହିଥିଲେ ଦୀପାଳି।

ରାଜନୈତିକ ବୟାନବାଜି ଭିତରେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚରେ ହାଜର ହୋଇ କଣ ପକ୍ଷ ରଖୁଛନ୍ତି? ତା ଉପରେ ସମସ୍ତଙ୍କ ନଜର ରହିଛି। ଯଦିଓ କ୍ରାଇମବ୍ରାଞ୍ଚ ତଦନ୍ତ ଓପନ ରହିଛି, କିନ୍ତୁ ଏହାକୁ କ୍ଲୋଜର ନୋଟିସ୍ ବୋଲି କୁହାଯାଉଛି। କିନ୍ତୁ ଦୀପାଳି ହାଜର ହୋଇ ଆପତ୍ତି, ଅସନ୍ତୋଷ ଜଣାଇବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

BJD BJP Health Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ