Advertisment

ବିଦ୍ୟୁତ କାଟ୍ ନେଇ ସରକାରଙ୍କୁ ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ

ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।

ଅଦ୍ୟତନ ହୋଇଛି
undefined

Odisha Energy Minister Pratap Deb On Power Cut

Advertisment

ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି। ତେଣେ ଗ୍ରାଉଣ୍ଡ ଜିରୋରୁ ବି ବିଜୁଳି ଯନ୍ତ୍ରଣାର ମାଳ ମାଳ ଚିତ୍ର ଆସିବାରେ ଲାଗିଛି।

Advertisment

ଯେଉଁ ଶକ୍ତି ମନ୍ତ୍ରୀ ଦମ୍ଭର ସହ କହିଥିଲେ ଏଥର ରାଜ୍ୟରେ ନୋ ପାୱାରକଟ୍ ଏବେ କହିଲେଣି ପାୱାର କଟ୍ ନୁହେଁ, ଟ୍ରିପ୍ ହେଉଛି । ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍ କାଟ୍‌ରେ ଜନଜୀବନ ଘାଇଲା ହୋଇଥିବାବେଳେ ଶକ୍ତି ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି- ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍ କରୁଛି । ରାଜ୍ୟରେ କିନ୍ତୁ ଇଲେକ୍ଟ୍ରିସିଟି ସପ୍ଲାଇରେ କୌଣସି ଅଭାବ ନାହିଁ । ବହୁସ୍ଥାନରେ ଓଭର ଲୋଡିଂ ଦ୍ୱାରା ଟ୍ରିପ୍ ହୋଇଯାଉଛି । ଭୁବନେଶ୍ୱରରେ ଥରେ ଟ୍ରିପ୍ କଲେ ସଜାଡିବାକୁ ୬/୭ ଘଣ୍ଟା ଲାଗୁଛି । ଲୋ-ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି । ପିକ୍ ପିରିୟଡରେ ୫ ହଜାର ୬୦୦ ମେଗାୱାଟ୍ ଆବଶ୍ୟକତା ରହିଛି, ଗତବର୍ଷ ଏହାଥିଲା ୫ ହଜାର ୫୦୦ ମେଗାୱାଟ୍ ।

ଅଧିକ ପଢ଼ନ୍ତୁ: ବିଜୁଳିକାଟ୍‌ର ବିକଳ ଚିତ୍ର; ଗାଁଠୁ ସହର ସବୁଠି ଲୋକେ କଲବଲ

ତେଣେ ଶକ୍ତିମନ୍ତ୍ରୀଙ୍କ ପାୱାର ଟ୍ରିପ୍ ଥିଓରିକୁ ନିଶାନା କରିଛି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାଂଘ । ପ୍ରଶ୍ନ କରିଛି- ସରକାର ଗ୍ରାହକଙ୍କଠୁ ବିଦ୍ୟୁତ୍ ବିଲ୍‌ରେ ବର୍ଷକୁ ନେଉଥିବା ୪ ହଜାର କୋଟିର ଇଲକ୍ଟ୍ରିସିଟି ଡ୍ୟୁଟି ଯାଉଛି କୁଆଡ଼େ ? ଗ୍ରାହକଙ୍କୁ ମନ୍ତ୍ରୀ ଏ ଟ୍ରିପ୍ ଥିଓରି ବତାଇବାର ଉଦ୍ଦେଶ୍ୟ କଣ ? ୨୦ ବର୍ଷତଳେ ଯାହା ଭିତ୍ତିଭୂମି ଥିଲା ଆଜି ସେହି ଥିରେ ବିଦ୍ୟୁତ୍ ଯୋଗାଣ ଚାଲିଛି କାହିଁକି ?

Advertisment

ଠିକ୍ ସମୟରେ ବିଲ୍ ଦେଇ ଗ୍ରାହକ ୭ରୁ ୮ ଘଣ୍ଟା ପାୱାରକଟ୍ ରେ ସନ୍ତୁଳି ହେଉଥିବାରୁ ସେ ବାବଦରେ ସରକାର କ୍ଷତିଭରଣା ଦେବାକୁ ବି ଦାବି କରିଛି ସଂଘ । ସେପଟେ ଗତବର୍ଷ ଅପେକ୍ଷା ଏବର୍ଷ ପିକ୍ ବିଦ୍ୟୁତ୍ ଚାହିଦା ବଢ଼ିବା କଥା କଣ ସରକାର ଜାଣିନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଗ୍ରୀଡ଼କୋର ପୂର୍ବତନ ନିର୍ଦ୍ଦେଶକ । 

ଗୋଟିଏ ପଟେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି କଲବଲ କରୁଥିବାବେଳେ ପାୱାରକଟ୍ ରାଜୁତି କେତେ ଯନ୍ତ୍ରଣାଦାୟକ ତାହା ପ୍ରାୟ ସମସ୍ତେ ଅଙ୍ଗେ ନିଭେଇଲେଣି । ବାଲେଶ୍ୱର ଜିଲ୍ଲାର ସୋରରେ ସଂଜ ହେଲେ ଲାଇନ୍ କଟ୍ । କେତେବେଳେ ଆସିବ ଅପେକ୍ଷାରେ ରାତି ପାହି ଯାଉଛି। ଦିନ ସାରା ଗଛ ତଳ ହିଁ ଆଶ୍ରୟ ସ୍ଥଳ।

Advertisment

କେନ୍ଦ୍ରାପଡ଼ା ରେ ବି ସମାନ ସ୍ଥିତି। ଫ୍ୟାନ୍ ବୁଲିବାକୁ ସମୟ ପାଉନି, ଯେତେବେଳେ ଦେଖିବ ପାୱାରକଟ୍। ତେଣେ ଘଣ୍ଟା ଘଣ୍ଟା ପାୱାରକଟ୍ କେମିତି ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି- ତାର ସଦ୍ୟତମ ଉଦାହରଣ ହେଲେ ଜୟପୁର ପାରାବେଡ଼ାର ଯୁବ ଉଦ୍ୟୋଗୀ ଅମୃତ ହୋତା । ସରକାରୀ ଚାକିରି ଛାଡ଼ି ମାଛ ଚାଷ କରୁଛନ୍ତି। ଶନିବାର ତାଙ୍କର ପ୍ରାୟ ୭୦ ହଜାର ଟଙ୍କାର ମାଛ ନଷ୍ଟ ହୋଇଯାଇଛି ।

Odisha Politics Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ