ଗର୍ବ ଗଞ୍ଜନ ନର ହରି ଗର୍ବ ନ ସହନ୍ତି କାହାରି । ଓଡ଼ିଶାରେ ପାଣ୍ଡିଆନ । ଦିଲ୍ଲୀରେ କେଜ୍ରିୱାଲ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଆଉ ଜଣେ ବିଜେଡିର ପୂର୍ବତନ ନେତା । ଜନତାଙ୍କ ଜନମତକୁ ନେଇ କରୁଥିଲେ ଅହଙ୍କାର । ନିଜର କ୍ଷମତାକୁ ନେଇ ଛାଡ଼ୁଥିଲେ ଗର୍ଜନ । ହେଲେ ଜନତା ଜନାର୍ଦ୍ଦନ କ୍ଷମତା ଆସନରେ ବସାଇବା ପୂର୍ବରୁ ଏମାନଙ୍କ ନାଁରେ ପୂର୍ବତନ ଲଗାଇଦେଇଛନ୍ତି । ଫଳରେ ଜଣେ ପାଲଟିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଜେଡି ନେତା । କ୍ଷମତାର ଲୋଭ ଯେମିତି ଏମାନଙ୍କୁ ଅନ୍ଧ କରିଦେଇଥିଲା । ଗୋଟପଟେ ଓଡ଼ିଶାରେ ପାଣ୍ଡିଆନଙ୍କ ଔଦ୍ଧତ୍ୟ ବଢ଼ିଯାଇଥିବା ବେଳେ ଅନ୍ୟପଟେ କେଜ୍ରିୱାଲ ମଧ୍ୟ ଅହଙ୍କାର କରୁଥିଲେ ।
ଜନତାଙ୍କ ସେବା କରିବାକୁ କହି ୧୦ ବର୍ଷ ପାଇଁ କ୍ଷମତାକୁ ଆସିଲେ । ଦୁଇ ଦୁଇଥର ରାଜଧାନୀ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ବି ହେଲେ । କିନ୍ତୁ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍ ଯିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା । ଜବାବ ଦେଲେ ଦିଲ୍ଲୀର ଜନତା ଜନାର୍ଦ୍ଦନ। କେଜ୍ରିୱାଲ ହରାଇଲେ ମୁଖ୍ୟମନ୍ତ୍ରୀ ଚଉକି । ୨୦୨୫ ନିର୍ବାଚନରେ ଆପ ବିଜୟ ହେବା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଅରବିନ୍ଦ କେଜ୍ରିୱାଲ । ହେଲେ ଜନତା ଆପ୍ ଠାରୁ ମୁହଁ ଫେରାଇବା ପରେ ଏବେ କେଜ୍ରିୱାଲଙ୍କ କ୍ଷମତା ସ୍ୱପ୍ନ ସେହି ସ୍ୱପ୍ନରେ ହିଁ ରହିଯାଇଛି ।
Also Read
ସେହିପରି କେଜ୍ରିୱାଲଙ୍କ ଭଳି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି । ତାଙ୍କ ରାତି ବି ଜେଲରେ କଟିଛି । ଜନତା ଏହି ଦୁର୍ନୀତି ପାଇଁ ଦିଲ୍ଲୀରୁ ଆପ୍କୁ କ୍ଷମତାରୁ ହଟାଇ ବିରୋଧୀ ଆସନ ଦେଇଛି । ଆଉ ସେହି ଫର୍ମୁଲା ବି ପୂର୍ବରୁ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିସାରିଛି ।
ଅଧିକ ପଢନ୍ତୁ : ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର ୩ ପ୍ରମୁଖ କାରଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
୨୦୨୪ ସାଧାରଣ ନିର୍ବାଚନ ପାଇଁ ଘନଘନ ପାଣ୍ଡିଆନଙ୍କ ପ୍ରଚାର ଓ ବିଜେପି ନେତାଙ୍କ ପ୍ରତି କଟୁ ମନ୍ତବ୍ୟ ଆଜି ତାଙ୍କୁ ରାଜନୀତିରୁ ଦୂରେଇ ଯିବାକୁ ବାଧ୍ୟ କରିଛି । ଆଉ ନିଜ କଥା ରଖି ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି ପୂର୍ବତନ ବିଜେଡି ନେତା ଭିକେ ପାଣ୍ଡିଆନ୍ । ଆଉ ପୁଣି ଥରେ ପ୍ରମାଣିତ ହୋଇଛି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଯେଉଁ ନେତା ଲୋକଙ୍କ ସେବା କରନ୍ତି, ସେହି ନେତାଙ୍କ ସପକ୍ଷରେ ହିଁ ଜନତା ଜନାର୍ଦ୍ଦନ ନିଜର ମତ ସାବ୍ୟସ୍ତ କରନ୍ତି । ଆଉ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ନେତାଙ୍କୁ ହିଁ ଶାସନ ଭାର ଗ୍ରହଣ କରିବାର ସୁଯୋଗ ମିଳିଥାଏ ।