• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରରେ ଦୀର୍ଘ ସମୟର ଅପେକ୍ଷା ପରେ ରବିବାର ଦିନ ସିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଏକନାଥ ସିନ୍ଦେ ମହାରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଓ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିପରି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱ ଏବଂ ସୁଧୀର ମୁଙ୍ଗଧନୀୱିତାରଙ୍କୁ ଜଙ୍ଗଲ ବିଭାଗର ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ଅନୁମୋଦନ ପରେ ବିଭାଗ ବଣ୍ଟନ କରାଯାଇଛି ।

ଅଗଷ୍ଟ ୯ରେ ସିନ୍ଦେ କ୍ୟାବିନେଟରେ ମୋଟ ୧୮ ଜଣ ମନ୍ତ୍ରୀ ଶପଥ ନେଇଥିଲେ , ସେମାନଙ୍କ ମଧ୍ୟରେ ବିଜେପିରୁ ୯ ଜଣ ଏବଂ ସିନ୍ଦେ ଦଳରୁ ୯ ଜଣ ସାମିଲ ଅଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସଂଖ୍ୟା ୨୦ ଅଟେ । ସିନ୍ଦେ କ୍ୟାବିନେଟ ସଂପ୍ରସାରଣରେ କୌଣସି ମହିଳାଙ୍କୁ ମନ୍ତ୍ରୀ କରାଯାଇ ନାହିଁ । ସିନ୍ଦେ କ୍ୟାବିନେଟରେ ମରାଠା ଏବଂ ଓବିସି ସମ୍ପ୍ରଦାୟର ନେତାମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ତେବେ ବ୍ରାହ୍ମଣମାନଙ୍କ ସହିତ ମୁସଲିମ, ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସ୍ଥାନ ଦେଇ ଏକ ଶକ୍ତିଶାଳୀ ଟିମ୍‌ ଗଠନ୍‌ କରିବାକୁ ଚେଷ୍ଟା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ଦାୟିତ୍ୱ ?

ପ୍ରଶାସନ, ସହରୀ ବିକାଶ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ତଥା ଜନସମ୍ପର୍କ, ଜନସେବା (ଜନ ପ୍ରକଳ୍ପ), ପରିବହନ, ମାର୍କେଟିଂ, ସାମାଜିକ ନ୍ୟାୟ ଏବଂ ବିଶେଷ ସହାୟତା, ରିଲିଫ ଏବଂ ଥଇଥାନ୍‌, ବିପର୍ଯ୍ୟୟ ପରିଚାଳନା, ମୃତ୍ତିକା ଏବଂ ଜଳ ସଂରକ୍ଷଣ , ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ସଂଖ୍ୟାଲଘୁ ଆଦି ବିଭାଗ ପାଇଁ କାହାକୁ ଦାୟିତ୍ୱ ଦିଆଯାଇ ନାହିଁ । ଏହି ବିଭାଗ ଗୁଡ଼ିକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ରହିବ ।