Advertisment

ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି।

fifth phase Lok Sabha election

fifth phase Lok Sabha election

Advertisment

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ବୁଥରେ ଲାଗିଛି ଗହଳି । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ଚାଲିଛି ମତଦାନ ।

Advertisment

ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୯୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ଆଜି ଉତ୍ତରପ୍ରଦେଶରେ ଅନେକ ହାଇପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଦିଛି।ମୋହନଲାଲଗଞ୍ଜ, ଲକ୍ଷ୍ନୌ, ରାଏବରେଲି, ଆମେଥି, ଜାଲୌନ, ଝାନ୍ସି, ହମିରପୁର, ବାନ୍ଦା, ଫତେପୁର, କୌଶାମ୍ବି, ବାରବାଙ୍କି, ଫୈଜାବାଦ, କୈସରଗଞ୍ଜ ଓ ଗୋଣ୍ଡା ସମେତ ୧୪ଟି ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତୃତୀୟ ଥର ପାଇଁ ଲକ୍ଷ୍ନୌରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ସପାର ରବିଦାସ ମେହରୋତ୍ରା ଏବଂ ବିଏସ୍‌ପିର ସରୱାର ମଲ୍ଲିକ ଅଛନ୍ତି।

Advertisment

ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥିରେ କଂଗ୍ରେସର କେଏଲ୍ ଶର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପଞ୍ଚମ ପର୍ଯ୍ୟାୟରେ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି ଏବଂ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ଅଛନ୍ତି। ପଞ୍ଚମ ପର୍ଯ୍ୟାୟରେ ଆଉ ଏକ ହାଇପ୍ରୋଫାଇଲ୍ ଆସନ ହେଉଛି କୈସରଗଞ୍ଜ, ଯେଉଁଠାରେ ବର୍ତ୍ତମାନର ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବଦଳରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ବିଜେପି ଟିକେଟ୍ ଦେଇଛି।

ପଞ୍ଚମ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପୀୟୂଷ ଗୋୟଲଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ସେ ମୁମ୍ବାଇ ଉତ୍ତର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଚିରାଗ ପାଶୱାନ (ଏଲଜେପି) ହାଜିପୁର, ବିହାରରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ରାଜୀବ ପ୍ରତାପ ରୁଡି ବିହାରର ଶରଣ ଅସନରୁ ପ୍ରାର୍ଥୀ ହୋଇଛନ୍ତି। ଲୋକଙ୍କୁ ଭୋଟ୍ ତଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ