Advertisment

ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ ! ମେଡିକାଲ୍ ଶଯ୍ୟାରେ ଥିବା ବେଳେ କାହିଁକି ପ୍ରତ୍ୟାହାର ହେଲା ବହିଷ୍କାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

undefined

Odisha Politics

Advertisment

ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ। ୫ ବର୍ଷ ପରେ ପ୍ରତ୍ୟାହାର ହେଲା ଦାମଙ୍କ ବହିଷ୍କାର ଆଦେଶ। ପ୍ରଭାବୀ ହେବ ତ ପ୍ରତ୍ୟାହାର ନିଷ୍ପତ୍ତି ? ଏସବୁ ଭିତରେ ବିଜେଡି ରାଜନୀତିରେ ଦାମ ରିଟର୍ଣ୍ଣକୁ ନେଇ ଚର୍ଚ୍ଚା ଜୋର। ହଠାତ୍ କାହିଁକି ଖୋଜା ପଡିଲେ ଦାମ? ଏକଦା ଜଗତସିଂହପୁର ରାଜନୀତିରେ ଦବଦବା ରଖୁଥିବା ଦାମ ରାଉତ, ଢେର୍ ଦିନ ହେବ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି।

Advertisment

୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପରେ ବିଜେପିରୁ ଇସ୍ତଫା ଦେଇ ସାଇଲେଣ୍ଟ ରହୁଥିଲେ। ରାଜନୀତି ଆଉ ସଙ୍ଗଠନ ସବୁ ପୁଅ ଉପରେ ଛାଡ଼ି ଦେଇଥିଲେ। ଏବେ ଅସୁସ୍ଥତା କାରଣରୁ ମେଡିକାଲ ଶଯ୍ୟାରେ ଦାମ ରାଉତ। ହେଲେ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

ପ୍ରଶ୍ନ ଉଠୁଛି କାହିଁକି ପୂର୍ବରୁ ଦଳ ଏହି ନିଷ୍ପତ୍ତି ନେଲା ନାହିଁ ?କୁହାଯାଉଛି ଦାମଙ୍କ ଉପରୁ ବହିଷ୍କାର ଉଠାଇ ବିଜୁ ପ୍ରେମୀଙ୍କ ସହାନୁଭୂତି ସାଉଁଣ୍ଟିବାକୁ ପ୍ରୟାସ ହୋଇଛି। ଅନ୍ୟପଟେ ସମୟ କ୍ରମେ ବିଜେଡିରେ ବିଜୁ ଲିଗାସି କମୁଥିବା ଚର୍ଚ୍ଚାରେ ବ୍ରେକ୍ ଦେବାକୁ ଏହି ନିଷ୍ପତ୍ତି ନିଆଯାଇ ଥାଇପାରେ।

Advertisment

ଏପଟେ ପାରାଦୀପ ସହ ପୁରା ଜଗତସିଂହପୁର ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ମ୍ୟାନେଜ୍ କରିବାକୁ ଏହି ଷ୍ଟ୍ରାଟେଜି ମଧ୍ୟ ସହାୟକ ହୋଇପାରେ। ବିଶେଷ କରି ପାରାଦୀପରେ ଏବେ ବିଜେଡି ପାଇଁ ଚିନ୍ତା ବଢିଛି । ଦାମଙ୍କ ନିଷ୍କ୍ରିୟତାରେ ଏବେ ପୁଅ ଆଉ ଶିଷ୍ୟ ଭିତରେ ଚାଲିଛି ଲଢେଇ । ପୁଅ ବିଧାୟକ ସମ୍ବିତ ରାଉତ ବନାମ ଶିଷ୍ୟ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ । ଏମିତି କି ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ବସନ୍ତ ବିଶ୍ୱାଳ ଛିଡା ହୋଇଥିଲେ ମଧ୍ୟ ସମର୍ଥନ ଦେଇନଥିଲେ ସମ୍ବିତ।

ହେଲେ ବସନ୍ତ, ବାପି ସର୍ଖେଲଙ୍କ ଗୋଷ୍ଠୀ ସହାୟତାରେ ହାତେଇ ଥିଲେ ପୌରାଧ୍ୟକ୍ଷ ଆସନ। ବସନ୍ତଙ୍କୁ ମ୍ୟାନେଜ୍ କରିବା ଏଠି ଦଳ ପାଖରେ ମୁଖ୍ୟ ଚାଲେଞ୍ଜ। ଖାଲି ପାରାଦୀପ ନୁହେଁ, ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମିତି ସ୍ଥିତି। ଜଗତସିଂହପୁରରେ ବିଧାୟକ ପ୍ରଶାନ୍ତ ମୁଦୁଲି ବନାମ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ।

Advertisment

ସେହିପରି ତିର୍ତ୍ତୋଲରେ ବିଧାୟକ ବିଜୟ ଶଙ୍କର ଦାସ ଥିବା ବେଳେ ସାଂସଦ ଥାଇ ବି ନିର୍ବାଚନ ମଣ୍ଡଳୀ ଜଗିଛନ୍ତି ରାଜଶ୍ରୀ ମଲ୍ଲିକ। ଜିଲ୍ଲାରେ ବରିଷ୍ଠଙ୍କ ମଧ୍ୟରେ ବିଷ୍ଣୁ ଦାସଙ୍କ ପରେ ଦାମ ଦୀର୍ଘ ଦିନ ଧରି ରାଜନୀତିରୁ ଦୂରରେ। ଆଉ ରଘୁନ୍ଦନ ଦାସ ଅସୁସ୍ଥତା କାରଣରୁ ଏତେ ଆକ୍ଟିଭ ନାହାନ୍ତି। ବିଗୁଡିଥିବା ସ୍ଥିତିକୁ ଦେଖି ଦାମଙ୍କୁ ଫେରାଇ ତାଙ୍କ ପୁରୁଣା ସଙ୍ଗଠନ ଆଉ ସହଯୋଗୀଙ୍କୁ ଏକଜୁଟ କରି ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ଚେଷ୍ଟା କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। 

ଦାମ ଏବେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ। ସୁସ୍ଥ ହେବା ପରେ ଦାମଙ୍କ ମୁଡ୍ କଣ ରହୁଛି ଏବଂ ବହିଷ୍କାର ନିଷ୍ପତ୍ତି ଜଗତସିଂହପୁର ପଲିଟିକ୍ସ ଉପରେ କଣ ପ୍ରଭାବ ପକାଉଛି ତା ଉପରେ ନଜର।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ