ଓଡ଼ିଶାରେ କେବେ ଆସିବ OBC କମିଶନଙ୍କ ସର୍ଭେ ରିପୋର୍ଟ ?

ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି ।

କେବେ ଆସିବ OBC କମିଶନଙ୍କ ସର୍ଭେ ରିପୋର୍ଟ ?

ଓଡ଼ିଶାରେ କେବେ ଆସିବ OBC କମିଶନଙ୍କ ସର୍ଭେ ରିପୋର୍ଟ ? ୩ ମାସ ତଳୁ ଶେଷ ହୋଇଥିବା ଓବିସି କମିଶନଙ୍କ ସର୍ଭେ ରିପୋର୍ଟକୁ କେବେ ସାର୍ବଜନୀନ କରିବେ ରାଜ୍ୟ ସରକାର । ଗତକାଲି ବିହାର ସରକାର ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ, ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଏ ପ୍ରସଙ୍ଗରେ ଓବିସିଙ୍କ ପ୍ରତି ଆଦୌ ଆନ୍ତରିକତା ନଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେଡି ତାର ଜବାବ ରଖିଛି ।

ବିହାରରେ ଆସିଲା, ଓଡ଼ିଶାରେ କେବେ ? ନୀତୀଶ ସରକାର ଆଣିଲେ, ହେଲେ କେବେ ଆଣିବେ ନବୀନ ସରକାର ? ଓଡ଼ିଶାରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ, ସେମାନଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସ୍ଥିତି କ’ଣ, ତାହା ଜାଣିବାକୁ ରାଜ୍ୟରେ ଦୀର୍ଘ ୩ ମାସ ତଳୁ ଶେଷ ହେଲାଣି ଓବିସି ସର୍ଭେ । କମିଶନଙ୍କ ପକ୍ଷରୁ ଗତ ମେ ପହିଲାରୁ ଆରମ୍ଭ ହୋଇଥିବା ଏ ସର୍ଭେ କାର୍ଯ୍ୟ ପ୍ରାୟ ଦୁଇ ମାସ ଧରି ଚାଲିବା ପରେ ଜୁନ୍ ୨୪ରେ ଶେଷ ହୋଇଥିଲା । ଏହାପରେ କମିଶନ୍ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସୂଚନା ରହିଛି ।

ହେଲେ ଏଯାଏଁ ରାଜ୍ୟ ସରକାର ସର୍ଭେ ରିପୋର୍ଟ ସାର୍ବଜନୀନ କରୁନଥିବାରୁ ତାକୁ ନେଇ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିଜେପି କହିଛି, ପଛୁଆ ବର୍ଗଙ୍କ ପ୍ରତି ଆନ୍ତରିକତା ନଥିବା ଏ ସରକାର ଉପର ଠାଉରିଆ ଭାବେ ସର୍ଭେ କରିଛନ୍ତି । ତେଣୁ ରିପୋର୍ଟ ଆଣିବାକୁ ଚାହୁଁନାହାନ୍ତି । କଂଗ୍ରେସ୍ ବି ରାଜ୍ୟ ସରକାରଙ୍କୁ ଓବିସି ବିରୋଧୀ କହିଥିବା ବେଳେ ବିଜେଡି ଜବାବ ଦେଇଛି, ଯଦି ସରକାର ଚାହୁଁନଥିଲେ, ତାହେଲେ କମିଶନ୍ ବସାଇଲେ କେମିତି ।

ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି । ଏପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜାତିଭିତ୍ତିକ ଗଣନାରୁ ରାଜ୍ୟରେ ଓବିସିଙ୍କ ସଂଖ୍ୟା ୧ କୋଟି ୯୧ ଲକ୍ଷ ବୋଲି ଜଣାପଡ଼ିଛି । ଯାହାକି ରାଜ୍ୟର ମୋଟ ଜନସଂଖ୍ୟାର ୪୨ ପ୍ରତିଶତ । ଅନୁମାନ କରାଯାଉଛି, ସର୍ଭେ ରିପୋର୍ଟ ପ୍ରସ୍ତୁତ ଥିବାରୁ, ସରକାର ଖୁବଶୀଘ୍ର ଏହାକୁ ପ୍ରକାଶ କରିପାରନ୍ତି ।

ଓଡ଼ିଶା ଓ ବିହାର ସମେତ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ହରିୟାଣାରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ, ସେ ନେଇ ସର୍ଭେ କରାଯାଇଛି । ବିହାର ସରକାର ଗତକାଲି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ସର୍ଭେ କରାଯାଇଥିବା ଅନ୍ୟାନ୍ୟ ରାଜ୍ୟର ଓବିସିଙ୍କ ସଂଖ୍ୟାକୁ ନେଇ ଉତ୍ସୁକତା ବଢ଼ିଛି ।