Advertisment

ଖୋଲା ମଂଚରେ ବିଜେଡି ସାଂସଦ ଦେବାଶିଷଙ୍କ ଚାଂଚଲ୍ୟକର ମନ୍ତବ୍ୟ; ମୋକିମ୍ କହିଲେ...

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି।

Politics Heats Up

Politics Heats Up

Advertisment

କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଖୋଲା ମଂଚରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚାଂଚଲ୍ୟକର ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି। 

Advertisment

ମୋକିମ୍ ପ୍ରଶ୍ନ କରିଛନ୍ତି, ଦେବାଶିଷ ସାମନ୍ତରାୟ କିଏ କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବେ। ମୋକିମ୍ ପ୍ରଶ୍ନ କରିଛନ୍ତି, ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ କେମିତି ଜାଣିଲେ ଉପନିର୍ବାଚନ ହେବ। ସେପଟେ ଦେବାଶିଷଙ୍କ ମନ୍ତବ୍ୟକୁ କଟାକ୍ଷ କରିଛି ବିଜେପି। ଦଳ କହିଛି, ଏହା ପାଗଳର ପ୍ରଳାପ। ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି। ବିଜେଡିରୁ ଜଣଙ୍କ ପରେ ଜଣେ ନେତା ବିଜେପିକୁ ଆସୁଥିବାରୁ କର୍ମୀଙ୍କ ବଳ ଦେବାକୁ ଏମିକି ମନ୍ତବ୍ୟ ଦେଉଛନ୍ତି ।

ପାରାଦୀପ କୁଜଙ୍ଗରେ ଆୟୋଜିତ ଦଳୀୟ ମଞ୍ଚରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି। ସେଠି ଯେଉଁ ବାଇ-ଇଲେକ୍ସନ ହେବ, ସେଥିରେ ନବୀନ ବାବୁ କେବଳ ହାତ ହଲେଇଦେଇ ଆସିଗଲେ, ଆମେ ଜିତିଯିବୁ। ଏପରିକି ଦରକାର ପଡିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିଦେବା ବୋଲି କହିଥିଲେ ଦେବାଶିଷ। 

Advertisment

ଏପଟେ କଂଗ୍ରେସ ସହ ହାତ ମିଳାଇ ନୂଆ ସରକାର ଗଠନ କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଦେବାଶିଷଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଏହା ତାଙ୍କର ବ୍ୟକ୍ତିଗତ ମତ। ଏହା ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ ବୋଲି ବିଜେଡି କହିଛି। ଏ ନେଇ ଦଳ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରିଛି। ଏକ ଗଠନମୂଳକ ବିରୋଧୀଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ବିଜୁ ଜନତା ଦଳକୁ ଓଡ଼ିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି। ବିଜେଡି ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏ ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି ବିଜେଡି ନିଜ ପୋଷ୍ଟରେ ଉଲ୍ଲେଖ କରିଛି।

BJD BJP Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ