Advertisment

ମା'ଙ୍କ ପାଖରେ ରାଜନେତାଙ୍କ ଗହଳି; କିଏ ମାରିବ ୨୪ ବାଜି ?

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

୨୪' ନିର୍ବାଚନ ପୂର୍ବରୁ ଦଶହରାରେ ବିଜେପି, ବିଜେଡି ଓ କଂଗ୍ରେସର ବିଜୟ ସଂକଳ୍ପକୁ ନେଇ ଚର୍ଚ୍ଚା । ବିଜେଡିରେ ଥିବା ମାଳ ମାଳ ମହିଷାସୁରକୁ ଲୋକେ ଏଥର ବଦ୍ଧ କରିବେ ଏବଂ ବିଜେପି ସରକାର ଆସିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରକୁ ହଟାଇବା ଆମ ସଂକଳ୍ପ । ଏସବୁ ଅଭିଯୋଗ ଭିତରେ ବିଜେଡି କହିଛି ଲୋକଙ୍କ ହୃଦୟରେ ରହିଛି ବିଜେଡି । ସେପଟେ ପ୍ରମୁଖ ନେତାମାନେ ଆଜି ପେଣ୍ଡାଲ ବୁଲି ମା’ଙ୍କ ଦର୍ଶନ କରିଛନ୍ତି ।

Advertisment

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି । ସେହିପରି କଟକରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଜୟପୁରରେ ବିଧାୟକ ତାରା ବାହିନୀପତି ବିଭିନ୍ନ ମେଢ଼ ବୁଲି ମାଆଙ୍କ ଦର୍ଶନ କରିଛନ୍ତି । ଏଣେ କଟକରେ ବୁଲିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମହିଳା ସଶକ୍ତୀକରଣ କଥା । ଅନ୍ୟ ନେତାମାନେ ମଧ୍ୟ ମା’ଙ୍କ ଆଶୀର୍ବାଦ ନେବା ସହ ରାଜ୍ୟର ଉନ୍ନତି କାମନା କରିଛନ୍ତି ।

ସେପଟେ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଥର ଦଶହରାରେ ସଂକଳ୍ପ ନେଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ଦଶହରା ବେଳକୁ ସାଧାରଣ ନିର୍ବାଚନ ଶେଷ ହୋଇ ଯାଇଥିବ । ତେଣୁ ଭୋଟକୁ ଆଖି ଆଗରେ ରଖି ସଂକଳ୍ପ ନେଇଛନ୍ତି ତିନି ଦଳ । ବିଜେଡିରେ ଥିବା ମାଳ ମାଳ ମହିଷାସୁରକୁ ଲୋକେ ଏଥର ବଦ୍ଧ କରିବେ ଏବଂ ବିଜେପି ସରକାର ଆସିବ ବୋଲି କହିଛନ୍ତି ଦଳୀୟ ନେତା । କଂଗ୍ରେସ କହିଛି କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରକୁ ହଟାଇବା ଆମ ସଂକଳ୍ପ । ଆଉ ଏ ସବୁ ଅଭିଯୋଗ ଭିତରେ ବିଜେଡି କହିଛି ଲୋକଙ୍କ ହୃଦୟରେ ବିଜେଡି ରହିଛି । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ।

Advertisment

୨୦୨୪ରେ କାହାର ହେବ ହାର, କାହାର ହେବ ଜିତ ତାକୁ ନେଇ ଚର୍ଚ୍ଚା । କିନ୍ତୁ ବିଜୟା ଦଶମୀରେ ସଂକଳ୍ପ ନେବା ସହ ପୂଜା ପରେ ଗ୍ରାଉଣ୍ଡ ୱାର୍କକୁ ଆହୁରି ଜୋରଦାର କରିବେ ତିନି ଦଳ।

କଟକରୁ ବିଶ୍ୱଜିତ ଆଚାର୍ଯ୍ୟ, କୋଣାର୍କରୁ ସଂଜୟ ପତିଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି

Advertisment
BJD BJP Congress Politics Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ