Advertisment

୧୮ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ

ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା ।

undefined

Viswakarma Scheme

Advertisment

କାଲି ଲାକକିଲ୍ଲାରୁ ଘୋଷଣା । ଆଜି କ୍ୟାବିନେଟରେ ବାଜିଲା ମୋହର । ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ଦିନକ ପରେ ବହୁ ଚର୍ଚ୍ଚିତ ବିଶ୍ୱକର୍ମା ଯୋଜନାକୁ ଆଜି ମିଳିଛି କେନ୍ଦ୍ର କ୍ୟାବିନେଟର ମଂଜୁରୀ। ୧୩ ହଜାର କୋଟିର ଏହି ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାର ଉପକୃତ ହେବେ।

Advertisment

କ୍ୟାବିନେଟ ଅନୁମୋଦନ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଦକ୍ଷତା ବିକାଶ ପାଇଁ ବେସିକ୍ ଓ ଆଡ୍‌ଭାନସ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମୟରେ ହିତାଧିକାରୀଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ କୌଳିକ ବୃତ୍ତିରେ ନୂଆ ନୂଆ ଜ୍ଞାନକୌଶଳର ଉପଯୋଗ ପାଇଁ ସାମଗ୍ରୀ କିଣିବାକୁ ୧୫ ହଜାର ଟଙ୍କାର ସହାୟତା ଦିଆଯିବ।

ସେହିପରି ବ୍ୟବସାୟକୁ ଆଗକୁ ନେବାକୁ ପ୍ରଥମ ଦଫାରେ ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ବ୍ୟବସାୟ ଆଗକୁ ବଢ଼ିଲେ ଦ୍ୱିତୀୟ ଦଫାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଯିବ। ଆସନ୍ତା ବିଶ୍ୱକର୍ମା ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହେବାକୁ ଥିବାରୁ ଖୁସି ପ୍ରକାଶ କରିଛନ୍ତି ଯୋଜନାରେ ସାମିଲ ହେବାକୁ ଥିବା କୌଳିକ ବୃତ୍ତିଧାରୀ।

Advertisment

କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ ଦ୍ୱାରା ଉପକୃତ ହେବାକୁ ଥିବା କୌଳିକ ବୃତ୍ତିଧାରୀଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳ ଏବଂ ପଛୁଆବର୍ଗର। ତେଣୁ ଏହି ବର୍ଗର ଭୋଟ୍ ନେବାକୁ ମୋଦି ସରକାରଙ୍କ ଏହା ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । ସେପଟେ ରାଜ୍ୟ ସରକାର ମଧ୍ୟ କିଛିଦିନ ପୂର୍ବରୁ ୫୦ଟି ବର୍ଗର ଅଣସଙ୍ଗଠିତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିଛନ୍ତି। ସେମାନେ ମଧ୍ୟ ଅଧିକାଂଶ ଏହି ବର୍ଗର । ଯେଉଁଥିରେ ମହାରଣା, ଦରଜୀ, ବାରିକ, କମାର, ରେଳବାଇ କୁଲି ଭଳି ଶ୍ରମିକ ଅଛନ୍ତି ।

ଏଇ ଯୋଜନାରେ ସାମିଲ ହିତାଧିକାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଅର୍ଥାତ୍ ବିଜେଡି ଫୋକସରେ ବି ପଛୁଆବର୍ଗ। ତେଣୁ ସ୍କିମକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ।

Advertisment

ବିଶ୍ୱକର୍ମା ଯୋଜନାରେ କେନ୍ଦ୍ର ସରକାର ସମସ୍ତ ଅର୍ଥ ପ୍ରଦାନ କରିବାକୁ ଥିବା ବେଳେ ରାଜ୍ୟ ସରକାର ହିତାଧିକାରୀ ଚୟନ କରିବାକୁ ଥିବାରୁ ପୁଣି ଏଇ ସ୍କିମକୁ ନେଇ ବି ବିବାଦକୁ ଏଡ଼ାଇ ଦିଆଯାଇ ନପାରେ ।

Parliament Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: