Advertisment

ବକ୍ସ ଡ୍ରେନ୍ ଲୋକାର୍ପଣ ଶ୍ରେୟକୁ ନେଇ କଟକ ବିଜେଡି ଦୁଇ ଫାଳ

କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
BJD

BJD

Advertisment

ନିର୍ବାଚନ ପୂର୍ବରୁ କଟକରେ ବକ୍ସଡ୍ରେନ ଲୋକାର୍ପଣ ଶ୍ରେୟକୁ ନେଇ ବିଜେଡି ଦୁଇ ଫାଳ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂ ମଧ୍ୟରେ ଶ୍ରେୟକୁ ନେଇ ତୁ ତୁ ମେ ମେ। ବକ୍ସଡ୍ରେନ ଶ୍ରେୟ ସିଏମସି ବୋଲି ମେୟର କହୁଛନ୍ତି। ୨ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଏହା ସମ୍ଭବ ହୋଇଛି ବୋଲି ମେୟର କହିଥିବା ବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସେ ବିଧାୟକ ଥିବା ବେଳେ କାମ ଆରମ୍ଭ କରିଥିବା କହିଛନ୍ତି। ବକ୍ସଡ୍ରେନ ନିର୍ମାଣରେ ସିଏମସିର କୌଣସି ଭୂମିକା ନାହିଁ ଏହା ୱାଟକୋ ନିର୍ମାଣ କରିଛି ବୋଲି କହିଛନ୍ତି ଦେବାଶିଷ ।

Advertisment

ଜାଇକା ପ୍ରକଳ୍ପ ଆରମ୍ଭ ବେଳେ ବକ୍ସ ଡ୍ରେନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ୨୦୦୯ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ୨ କିମି ୮ ଶହ ମିଟର ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇଛି ଅବଶିଷ୍ଟ ୧୯୪ ମିଟର ପାଇଁ ନିର୍ମାଣ କାମ ଜାରି ରହିଛି । ତେବେ କାମ ନ ସାରି ନିର୍ବାଚନକୁ ନଜରରେ ରଖି ଏହାକୁ ତରବରିଆ ଭାବେ ଲୋକାର୍ପଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନେତାଙ୍କ ଏଭଳି କାଦୁଅ ଫିଙ୍ଗା ଫିଙ୍ଗିକୁ ନିର୍ବାଚନୀ ପୂର୍ବର ଡ୍ରାମା ବୋଲି କହିଛନ୍ତି କଂଗ୍ରେସ କର୍ପୋରେଟର ।

ବକ୍ସ ଡ୍ରେନକୁ ନେଇ ଶାସକ ଦଳର ନେତା ଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖାଯାଇଥିବା ବେଳେ ବିରୋଧୀ ମଧ୍ୟ ମୁହଁ ଖୋଲିଛନ୍ତି । ସହରବାସୀଙ୍କ ସମସ୍ୟା ଦୂର ସହ ଲୋକେ ବର୍ଷାଦିନରେ ଜଳବନ୍ଦୀରୁ ମୁକ୍ତି ପାଇପାରୁଛନ୍ତି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ