Advertisment

ନୂଆ ବିଧାୟକଙ୍କ ପାଠଶାଳାକୁ ନେଇ କେଁ, ଦିଗଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେବେନି ବିଜେଡି ବିଧାୟକ

ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନକୁ ବିଜେଡି, ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ଏଥିରେ ସାମିଲ ହେବ ନାହିଁ ବୋଲି କହିଛି ।

ଅଦ୍ୟତନ ହୋଇଛି
undefined

New MLA Training Program

Advertisment

ବିଧାନସଭାରେ ନୂଆ ବିଧାୟକଙ୍କ ପାଠଶାଳାକୁ ନେଇ କେଁ । ଦିଗଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେବେନି ବିଜେଡି ବିଧାୟକ । ପରମ୍ପରା ବିରୋଧୀ ଓ ଦଳୀୟ କାର୍ଯ୍ୟକ୍ରମ କହି ବର୍ଷିଲା ଶଙ୍ଖ ଦଳ । ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ବସିବାକୁ ଯାଉଛି ନବ ନିର୍ବାଚିତ ବିଧାୟକଙ୍କ ତାଲିମ୍ କର୍ମଶାଳା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଓ କିରଣ ରିଜ୍ଜୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ତେଜିଛି ରାଜନୀତି ।

Advertisment

ପ୍ରେସମିଟ୍ କରି, ବିଜେଡି ଅଭିଯୋଗ କରିଛି ପ୍ରଶିକ୍ଷଣ ଶିବିରକୁ ଜଣେ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଏବଂ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ଉଦଯାପନ କରିବାର ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ଗୃହ ପରମ୍ପରାକୁ କ୍ଷୁଣ୍ଣ କରୁଛି । ପରମ୍ପରା ଅନୁଯାୟୀ, ବାଚସ୍ପତି କିମ୍ବା ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଏହି ଶିବିରର ଉଦଘାଟନ ଓ ସମାପନ କରିଥାନ୍ତି। ଗୃହ ବାହାରର କେହି ଶିବିରର ଉଦଘାଟନ କରିବା ବିଧାନସଭା ପରମ୍ପରାର ଗୁରୁତର ବ୍ୟତିକ୍ରମ। ତେଣୁ ବିଜେପିର ଏଭଳି ଦଳୀୟ କାର୍ଯ୍ୟକ୍ରମରେ ବିଜେଡିର କୌଣସି ବିଧାୟକ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ।

ବିରୋଧୀଙ୍କ ଏଭଳି ଅଭିଯୋଗକୁ ନିରାଧାର କହିଛି ବିଜେପି । ପ୍ରତିକ୍ରିୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବି ରହିବେ । ବୈଠକକୁ ଅତିଥିଭାବେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ଘଡ଼େଇ ଓ ନରସିଂହ ମିଶ୍ର ପ୍ରମୁଖଙ୍କୁ ଡକାଯାଇଛି । ଯାହା ହେଉଛି, ସବୁ ବିଧାନସଭାର ନୀତି ନିୟମ ଭିତରେ ସବୁ ହେଉଛି, ଦଳୀୟ କେମିତି ହେଲା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଏଥର ବିଧାନସଭାକୁ ନୂଆ କରି ୮୪ ଏମ୍ଏଲ୍ଏ ଆସିଥିବା ବେଳେ ସେଭିତରୁ ବିଜେପିର ୫୪ ଜଣ, ବିଜେଡିର ୧୮, କଂଗ୍ରେସର ୯ ଓ ସ୍ବାଧୀନ ୩ ଜଣ ଅଛନ୍ତି ।

Advertisment

BJD BJP Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ