Advertisment

ସୌମ୍ୟଙ୍କୁ ନେଇ ବିଜେପି ରଖିଲା ମତ; ଏମିତି କହିଲେ ସମୀର ଓ ପୃଥ୍ୱୀରାଜ

ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।

Political slugfest erupts in Odisha over EOW raid on media house in Bhubaneswar

Political slugfest erupts in Odisha over EOW raid on media house in Bhubaneswar

Advertisment

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦୈନିକ ଖବରକାଗଜ କାର୍ଯ୍ୟାଳୟରେ ଇଓଡବ୍ଲୁ ରେଡ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହା ଗଣତନ୍ତ୍ରର କଣ୍ଠରୋଧ ପାଇଁ ଅପଚେଷ୍ଟା । ରାଜନୈତିକ ଅଭିସନ୍ଧି ରଖି ‘ସମ୍ବାଦ’ ଉପରେ ପ୍ରାୟୋଜିତ ରେଡ୍ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସମୀର ।

Advertisment

ଏଥିସହ ସେ କହିଛନ୍ତି ଯେ, ସୌମ୍ୟବାବୁ ଯେବେ ଯାଏଁ ବିଜେଡିର ସ୍ୱାର୍ଥ ସାଧନ କରୁଥିଲେ, ସେବେ ଯାଏଁ ସେ ଭଲ ଥିଲେ । ଯେଉଁଦିନ ପ୍ରଶ୍ନ ପଚାରିବା ଆରମ୍ଭ କଲେ, ତା ପରେ ପ୍ରାୟୋଜିତ ରେଡ୍ କରାଗଲା । ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦେଶରେ ଜରୁରୀକାଳୀନ ସ୍ଥିତି ବେଳେ ଯେଉଁଭଳି ଗଣମାଧ୍ୟମ ସ୍ୱାଧୀନତା ନିଶ୍ଚିହ୍ନ ହୋଇଥିଲା, ଏବେ ସମାନ ଅବସ୍ଥା । ଜଣେ ସଚିବ ଯେଉଁଭଳି ମହାରାଜା ଭଳି ବୁଲି ପ୍ରତିଶ୍ରୁତି ବାଣ୍ଟୁଛନ୍ତି, ଗଣତନ୍ତ୍ରରେ ଏଭଳି ବିଧିବିଧାନ ନାହିଁ । ଏକଥାକୁ ଯଦି ଜଣେ ସଂପଦକୀୟ ଆଲେଖ୍ୟ ଲେଖି ସମାଲୋଚନା କଲେ, ସେଥିରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ସଂସ୍ଥା ଉପରେ ଚଢ଼ଉ କରାଯିବା ସରକାରଙ୍କ ଏକଛତ୍ରବାଦ ଶାସନର ନମୁନା ।

Advertisment

ଅନ୍ୟପକ୍ଷରେ ଏହାର ଜବାବ ରଖି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କେଉଁଠି ବି ଗଣମାଧ୍ୟମ ଉପରେ ଆକ୍ରମଣ କରାଯାଇନି । ବିଜେଡି ସରକାର କାହା ଉପରେ ଆକ୍ରୋଶ ରଖି ରେଡ୍‌ କରେନି । ଆଇନ୍ କାନୁନ ବ୍ୟବସ୍ଥା ଭିତରେ ସବୁ କିଛି ହେଉଛି ।

Politics EOW Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ