Advertisment

ଜ୍ୟୋତିଷ ବିଶାରଦଙ୍କ ମତ, ରାଜ୍ୟରେ ବଦଳିନପାରେ ଶାସନର ପଟ୍ଟ

ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Political predictions for leaders and common people for upcoming New Year 2023

Political predictions for leaders and common people for upcoming New Year 2023

Advertisment

ଦେଶ ଓ ରାଜ୍ୟର ପ୍ରମୁଖ ରାଜନେତା ଓ ରାଷ୍ଟ୍ରମୁଖ୍ୟଙ୍କ ପାଇଁ କେମିତି ରହିବ ବର୍ଷ ୨୦୨୩? ନୂଆ ବର୍ଷରେ କିଭଳି ରହିବ ଦେଶ ଓ ରାଜ୍ୟବାସୀଙ୍କ ଭାଗ୍ୟ ଓ ଭବିଷ୍ୟତ? ରାଜନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ ନା ପୁରୁଣା ଚିତ୍ରର ଘଟିବ ପୁନାରାବୃତ୍ତି? ୨୦୨୩ ପାଦ ଥାଇବା ପୂର୍ବରୁ ଏ ନେଇ ପୂର୍ବାନୁମାନ ଲଗାଇଛନ୍ତି ଜ୍ୟୋତିଷ ଓ ଜ୍ୟୋତିର୍ବିଦ। ଜ୍ୟୋତିଷ ବିଷାରଦଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ରାଶି ନକ୍ଷତ୍ର ହିସାବରେ ତାଙ୍କୁ ନୂଆବର୍ଷ ବେଶ ଭଲ ଫଳ ପ୍ରଦାନ କରିବ। ଆସନ୍ତା ବର୍ଷ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ। ଶାସକ ଦଳକୁ ବିରୋଧିଙ୍କ ସହଯୋଗ ମିଳିବ। ସାଧାରଣ ନିର୍ବାଚନ ୨୦୨୪ ମେ ପରେ ହେଲେ NDAର ଆସନ ସଂଖ୍ୟା ବଢ଼ିବ।

Advertisment

ସେହିଭଳି ରାହୁଲ ଗାନ୍ଧିଙ୍କ ରାଶି ଓ ଗ୍ରହ ନକ୍ଷତ୍ର ଅବଲୋକନ କଲେ, ତାଙ୍କ ପାଇଁ ବି ୨୦୨୩ ଭଲ ଫଳ ଆଣିବା ସମ୍ଭାବନା ରହିଛି। ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି। ଏପଟେ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ପାଇଁ ମଧ୍ୟ ୨୦୨୩ ଅନେକ ଭଲ ଖବର ଆଣିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ତେବେ ନବୀନଙ୍କ ରାଶି ନକ୍ଷତ୍ରକୁ କେତୁ ମହାଦଶା ଥିବାରୁ ଶନିଙ୍କ କୋପ ରହିପାରେ। ଏହା ବିରୋଧୀ ଦଳଙ୍କ ପାଇଁ ସୁଯୋଗ ଆଣିପାରେ। ଆସନ୍ତାବର୍ଷ ରାଜ୍ୟରେ ସରକାର ପରିବର୍ତ୍ତନର ଆଶଙ୍କା ନଥିଲେ ବି ବିଭିନ୍ନ ସମସ୍ୟା ନେଇ ବିରୋଧି ଏବଂ ପ୍ରଜା ଆନ୍ଦୋଳନ ବଢିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍। ରାଜ୍ୟରେ ଆଗୁଆ ନିର୍ବାଚନ ହେଲେ ଶାସକ ଦଳ ସିଟ୍ ସଂଖ୍ୟା ଅପେକ୍ଷାକୃତ କମିବ ବୋଲି ଜ୍ୟୋତିର୍ବିଦମାନେ ପୂର୍ବାନୁମାନ ଲଗାଇଛନ୍ତି।

ଏପଟେ ବର୍ଷ ୨୦୨୩ ଦେଶ ପାଇଁ ଭଲ ଫଳ ଆଣିପାରେ। ପ୍ରଗତି କ୍ଷେତ୍ରରେ ଦେଶ ଆଗକୁ ଯିିବ। ବିଜ୍ଞାନ ଓ କଳା କୌଶଳ କ୍ଷେତ୍ରରେ ମଧ୍ୟ ଦେଶ ଆଗକୁ ବଢିବ। ଉଭୟ ଦେଶ ଓ ରାଜ୍ୟ ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରନ୍ତି। ବିପର୍ଯ୍ୟୟରେ ବହୁ ଲୋକଙ୍କ ଧନଜୀବନ ଯାଇପାରେ। ସେପଟେ ରାଜ୍ୟରେ ଅନେକ ଯୋଜନା କେବଳ ଧୂଆଁବାଣ ହେବା ସହ ନିଅଣ୍ଟିଆ ବଜେଟ୍, ଆର୍ଥିକ ସମସ୍ୟା ଭିତରେ ରାଜ୍ୟାବାସୀ ଗତି କରିବେ। ତେବେ ଚାଷରେ ଅମଳ ଭଲ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଜ୍ୟୋତିର୍ବିଦ୍।

Advertisment

(ରିପୋର୍ଟ: କଟକରୁ ପ୍ରଭାତ ବିଷୋୟୀଙ୍କ ସହ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ