Advertisment

କିଏ ହେବେ ବିଜେପି-ବିଜେଡିର ଭୁବନେଶ୍ୱର ମେୟର ପ୍ରାର୍ଥୀ ?

ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।

ଅଦ୍ୟତନ ହୋଇଛି
Municipal Election

Municipal Election

Advertisment

ମହାନଗର ନିର୍ବାଚନକୁ ନେଇ ବଢୁଛି ରାଜଧାନୀରେ ରାଜନୀତିର ପାରା। ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ଯେତିକି ପାଖୋଉଛି ପ୍ରାର୍ଥୀ ଚୟନ ନେଇ ପଲିଟିକାଲ ପାର୍ଟିଙ୍କ ଅଙ୍କକଷା ସେତେ ବଢୁଛି। ସେପଟେ ଭୁବନେଶ୍ୱର ଦଖଲ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେଠୁ ଦେଖାଇଲେଣି ଦମ୍ଭୋକ୍ତି। ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବିଜେଡିର ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ।

Advertisment

ଚତୁର୍ଥ ଥର ଲାଗି ଦଳ ଭୁବନେଶ୍ୱର ମହାନଗର ନିଗମରେ ବିଜୟ ବାନା ଉଡ଼ାଇବା ସହ ମୋଟ୍ ୬୭ ଓ୍ୱାର୍ଡରୁ ୬୦ଟିରେ ନିଶ୍ଚିତ ବିଜୟୀ ହେବ ବୋଲି ଆଶା ରଖିଛି ବିଜେଡ଼ି। ସେପଟେ ବିଜେପି କହିଛି ମହାନଗର ନିଗମର ୮୦ ପ୍ରତିଶତ ସିଟ୍‌ରେ କଡା ଟକ୍କର ଦେବୁ ଓ ଶାସକ ଦଳର ଦମ୍ଭୋକ୍ତିକୁ ଭାଙ୍ଗିବୁ। କଂଗ୍ରେସର ଆକଳନ ଏଥର ରାଜଧାନୀର ୪୦ ଓ୍ୱାର୍ଡରେ ଦଳ ଉଡ଼ାଇବ ବିଜୟ ବାନା।

ସେପଟେ ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି। ତେବେ ପ୍ରଥମ ଦଳ ଭାବେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି। ମଧୁସ୍ମିତା ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ। ନାଁ ଘୋଷଣା ପରେ ଲଢ଼େଇ ପାଇଁ ଉତ୍ସାହିତ ମଧୁସ୍ମିତା।

Advertisment

ସ୍ଥାନୀୟ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ସେହିପରି ବିଭିନ୍ନ ଓ୍ୱାର୍ଡରୁ କର୍ପୋରେଟର ପଦରେ ଲଢ଼ିବାକୁ ଦଳୀୟ ପ୍ରାର୍ଥୀ ଭାବେ ବିଧିବଦ୍ଧ ନାଁ ଘୋଷଣା ହୋଇନଥିଲେ ବି ସଙ୍କେତ ପାଇ ଅନେକ ଆଶାୟୀ ପ୍ରାର୍ଥୀ ନୋମିନେସନ ଦାଖଲ କଲେଣି। ଅନେକ ନିର୍ଦ୍ଦଳୀୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ବି କରି ସାରିଲେଣି।

ସେମିତି ରାଜ୍ୟର ବିଭିନ୍ନ ସହରରେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଫର୍ମ କିଣା ସହ ଦାଖଲ ପ୍ରକ୍ରିୟା ବି ଚାଲିଛି। ୭ତାରିଖରେ ନୋମିନେସନ ପ୍ରକ୍ରିୟା ସରିଲେ ୯ରେ ଯାଞ୍ଚ ଓ ୧୪ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Advertisment

ରିପୋର୍ଟ: ବିବର୍ତ୍ତନ ପଣ୍ଡା ଓ ଜଗଦିଶ ଦାସ, ଶଶାଙ୍କ ଶେଖର ପଣ୍ଡା

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ