Advertisment

ଭଙ୍ଗା କୁଡ଼ିଆରେ ଭିନ୍ନକ୍ଷମ ଦମ୍ପତି, ଭାଗ୍ୟରେ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ

ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ।

PMAY Scam

PMAY Scam

Advertisment

ବାଲେଶ୍ୱର,କେନ୍ଦୁଝର: ମୁଣ୍ଡ ଉପରେ ଛୋଟ ଏକ ପଲିଥିନ କୁଡିଆ। ତା ଭିତରେ ମାଆ ଓ ପତ୍ନୀଙ୍କୁ ନେଇ ତିନି ପ୍ରାଣୀର ସଂସାର। ଆଉ ଏଣେ ଭାଗ୍ୟର ଚରମ ବିଡମ୍ବନା ଜନ୍ମରୁ ଦୃଷ୍ଟି ଶକ୍ତି ହରାଇ ଖାଲି ସେ ନୁହଁନ୍ତି, ତାଙ୍କ ପତ୍ନୀ ବି ତାଙ୍କ ଭଳି ଦୃଷ୍ଟିଶକ୍ତି ହରାଇଥିବାରୁ ଉଭୟ ଭିନ୍ନକ୍ଷମ। ସେ ରହୁଥିବା ଘରଟି, ଘର ତ ନୁହେଁ, ଏ ଭଙ୍ଗା କୁଡ଼ିଆ। ଭିତରେ ଥରେ ଆଖି ବୁଲାଇ ଆଣିଲେ ଗରିବୀର ସଂଜ୍ଞା କଣ ତାହା ଆପେ ଆପେ ବୁଝି ହେବ। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ବାଲେଶ୍ୱର ସହରର ୧୬ ନମ୍ବର ଓ୍ୱାର୍ଡରେ ରହୁଥିବା ସରୋଜ କୁମାର ମହାନ୍ତିଙ୍କ ଭାଗ୍ୟରେ ଆଜିଯାଏଁ ଜୁଟିନି ଆବାସ ଯୋଜନାରେ ଘର ଖଣ୍ଡେ। ଏଥିପାଇଁ ଯେ ସେ ଉଦ୍ୟମ କରି ନାହାନ୍ତି, ତା ନୁହେଁ ବ୍ଲକ୍, ମ୍ୟୁନିସିପାଲିଟିରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ଦୌଡ଼ିଛନ୍ତି ହେଲେ ଫଳ ଶୂନ।

Advertisment

ସେହିପରି କେନ୍ଦୁଝର ସାହାରାପଡ଼ା ବ୍ଲକ୍ ମଉଦୀପା ଗାଁର ବସନ୍ତ ମୁଣ୍ଡା ପତ୍ନୀ ଓ ପିଲାଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ। ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ ଘର କହିଲେ, କେବଳ ଏଇ ପଲିଥିନ୍ କୁଡ଼ିଆ। ତାରି ଭିତରେ ସୁଆ-ବସା, ରୋଷେଇ-ବାସ ସବୁକିଛି। ଦିନକୁ ଦୁଇ ଓଳି ଖାଇବା ଲାଗି ସଂଘର୍ଷ କରୁଥିବା ବସନ୍ତ ବି ଆଜି ଯାଏଁ ଆବାସ ଯୋଜନାରୁ ବଞ୍ଚିତ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଖର୍ଚ୍ଚ ହେଉଥିବା ବେଳେ ଯଦି ଗ୍ରାଉଣ୍ଡରେ ସ୍ଥିତି ଏଇୟା, ତାହାଲେ ଘର ଯାଉଛି କୁଆଡ଼େ? ଆଜି ଏ ପ୍ରସଙ୍ଗ ନେଇ ବିଧାନସଭାରେ ଝଡ ସୃଷ୍ଟି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ଗୃହ ଭିତରେ ହଙ୍ଗାମା କରିଥିଲେ ସବୁ ବିଜେପି ବିଧାୟକ।

Advertisment

ଏ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଏବଂ ପଶ୍ଚିମ ଓଡ଼ିଶାକୁ ଗୋଟିଏ ବି ଘର ମିଳିନଥିବା ଅଭିଯୋଗ ଆଣି ଗୃହ ଛାଡ଼ି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ଦଳୀୟ ବିଧାୟକ। ଆଉ ସେପଟେ ସମାନ ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଥିଲା ବିରୋଧୀ କଂଗ୍ରେସ। ତେଣେ ଆବାସ ଯୋଜନାରେ ଟଙ୍କାକର ଦୁର୍ନୀତି ହୋଇନଥିବା ଏବଂ କେନ୍ଦ୍ର ପୋର୍ଟାଲ ବନ୍ଦକରିଥିବାରୁ ବିଜେପି ବିଜେଡି ଉପରେ ଦୋଷ ଲଦୁଥିବା କହିଥଲେ ସରକାରୀ ଦଳର ନେତା।
ରିପୋର୍ଟ: ରଶ୍ମୀରଞ୍ଜନ ଦାସ, ପ୍ରଣୟ ପାଣି, ହରିହର ଚାନ୍ଦ

Odisha News PMAY Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ