Advertisment

୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ: 'ବିଜେଡିମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ'

ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍‌ରେ ପହଞ୍ଚିବ ଦଳ। ପ୍ରାୟ ୫ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଅଦ୍ୟତନ ହୋଇଛି
PM Modi, Union Minister Amit Shah to visit Odisha for Jansampark Abhiyan

PM Modi, Union Minister Amit Shah to visit Odisha for Jansampark Abhiyan

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ୨୪ ନିର୍ବାଚନ ପାଇଁ ଏହି କାର୍ଯ୍ୟକ୍ରମ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ବିଜେପି ଆଶା ରଖିଥିବା ବେଳେ ବିଜେଡି କହିଛି ଏହାର କୌଣସି ପ୍ରଭାବ ରହିବ ନାହିଁ।

Advertisment

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ବିଜେପିର ରୋଡ୍ ମ୍ୟାପ୍। ଆଗାମୀ ମାସେ ଭିତରେ ପ୍ରତି ବୁଥରେ ପହଞ୍ଚିବେ ଦଳୀୟ କାର୍ଯ୍ୟକର୍ତ୍ତା। ଘରେ ଘରେ ପହଞ୍ଚାଇବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତାର ବାର୍ତ୍ତା ଓ ରାଜ୍ୟ ସରକାରଙ୍କ ବିଫଳତାର କଥା। ରାଜ୍ୟରେ କ୍ଷମତା ଦଖଲ ପାଇଁ ଭିତ୍ତି ପକାଇବାକୁ ମହା ଜନସଂପର୍କ ଅଭିଯାନରେ ବାହାରିଲା ବିଜେପି।

ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍‌ରେ ପହଞ୍ଚିବ ଦଳ। ପ୍ରାୟ ୫ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ମୋଦି ସରକାରଙ୍କ ୯ ବର୍ଷର ସଫଳତାର ଗାଥା, ପିଏମ୍ ଆବାସଠାରୁ ଆରମ୍ଭ କରି ମାଗଣାରେ କୋଭିଡ୍ ଟୀକାକରଣ, ଟଏଲେଟ୍ ନିର୍ମାଣ, ମାଗଣା ରାସନ ଭଳି କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରିବେ ଦଳୀୟ ନେତା।

Advertisment

ଏ ନେଇ  ସାରା ଦେଶରେ ୫୧ଟି ମହାସମାବେଶ ହେବାକୁ ଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରେ ହେବ ୪ଟି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨୩ ଜୁନ୍ ରେ ସବୁ ବୁଥକୁ ଡିଜିଟାଲ୍ ମୋଡ୍ରେ ଯୋଡ଼ା ଯାଇ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣାଯିବ। ୪ଟି ସଂସଦୀୟ କ୍ଷେତ୍ରକୁ ନେଇ ଗୋଟିଏ ଲେଖାଏଁ କ୍ଲଷ୍ଟର କରାଯାଇଛି। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟାୟରେ ୮ଦିନ ୮ ରାତି ଏସବୁ କ୍ଳଷ୍ଟରରେ ବିତାଇବେ। ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ସେପଟେ ଏହି ଅଭିଯାନ ବେଳେ ରାଜ୍ୟ ସରକାରଙ୍କ ବିଫଳତାକୁ ମଧ୍ୟ ଏକ ବଡ଼ ପ୍ରସଙ୍ଗ କରିବ ବିଜେପି। କେନ୍ଦ୍ରୀୟ ଯୋଜନା ହଡପ୍, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନବ ଦାସ ହତ୍ୟା ଘଟଣା, ବଢୁଥିବା ମହିଳା ନିର୍ଯାତନା, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ପସଙ୍ଗକୁ ନେଇ ଘରେ ଘରେ ପହଞ୍ଚିବ ଦଳ। ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ଦଳ ଆହ୍ବାନ ଦେଇଥିବା ବେଳେ ବିଜେଡି ତାର ଜବାବ ବି ରଖିଛି।

Advertisment

ମହାସଂପର୍କ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି, ସାଂସଦ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ନେତାଙ୍କୁ ନେଇ ଏକ ଟିମ୍  ଗଠନ କରିଛି। କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ଗୁପ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦଳୀୟ କାର୍ଯ୍ୟକାର୍ତ୍ତାକୁ ଟାସ୍କ ଦିଆଯାଇଛି।

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ