Advertisment

ନୂଆ ଭୋଟରଙ୍କୁ ଟାଣିବାକୁ ବିଜେପିର ଯୋଜନା, ଡାଇରେକ୍ଟ କଥା ହେବେ ମୋଦି !

ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ସମ୍ମିଳନୀ ।

ଅଦ୍ୟତନ ହୋଇଛି
Modi intract with voters on National Voters Day

BJP

Advertisment

ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେପିର ବଡ ପ୍ଲାନ। ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି। ଜାତୀୟ ଭୋଟର ଦିବସରେ (National Voters Day 2024) ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ। ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ । ବାର୍ତ୍ତା ରଖିବା ସହ ଯୁବ ଭୋଟରଙ୍କ ସହ କଥା ହେବେ ମୋଦି।

Advertisment

ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି। ୨୦୧୪ ଓ ୨୦୧୯ରେ ନୂଆ ଭୋଟର ମୋଦିଙ୍କ ପାଖରେ ଥିଲେ। ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପି ଯୋଜନା କରିଛି ।

ଏହି  ସମ୍ମିଳନୀରେ ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ ଯୋଜନା ବିଷୟରେ ଯୁବ ବର୍ଗଙ୍କୁ ଅବଗତ କରାଇବ ଦଳ। ଏହା ସହ ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଯୁବ ବର୍ଗଙ୍କୁ ଅବଗତ କରାଇବେ । 

Advertisment

BJP PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ