Advertisment

ବିଜେପି-ବିଜେଡି ଟାର୍ଗେଟରେ ନୂଆ ଭୋଟର, ୨୫ରେ ଦେଶବ୍ୟାପୀ ନବ ମତଦାତା ସମ୍ମିଳନୀ କରିବ ବିଜେପି

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ପକେଟକୁ ନେବାକୁ ବିଜେପି-ବିଜେଡି ମଧ୍ୟରେ ଫାଇଟ୍। ବିଜେପିର ନବ ମତଦାତା ସମ୍ମିଳନୀ ବନାମ ବିଜେଡିର ନୂଆ ଓ ଆଉ ସୋସିଆଲ ମିଡିଆ ପ୍ରତିଯୋଗିତା।

undefined

New Voters’ conference

Advertisment

ବିଜେପି ଫୋକସରେ ନୂଆ ମତଦାତା। ଜାନୁଆରୀ ୨୫ରେ ରାଜ୍ୟର ୨୫୦ ସ୍ଥାନରେ ବିଜେପି କରିବ ନବ ମତଦାତା ସମ୍ମିଳନୀ। ସାରା ଦେଶରେ ୫ ହଜାର ସ୍ଥାନରେ ନୂଆ ମତଦାତା ସମ୍ମିଳନୀ କରିବାକୁ ପ୍ରସ୍ତୁତି କରୁଛି ବିଜେପି। ସମ୍ମିଳନୀରେ ସିଧା ଯୋଡି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ୨୫୦ ସମ୍ମିଳନୀରେ ଭର୍ଚୁଆଲି ରହିବେ ପିଏମ୍। ନୂଆ ଭୋଟରଙ୍କୁ ଦେବେ ଉଦବୋଧନ। ଏହା ସହ ରାଜ୍ୟର ନେତୃତ୍ୱମାନେ ମଧ୍ୟ ଭିନ୍ନ ଭିନ୍ନ ଜାଗାରେ ସମ୍ମିଳନୀରେ ଯୋଗ ଦେବେ।

Advertisment

କେନ୍ଦ୍ର ସରକାରଙ୍କ ଯୁବ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ଯୁବ ବର୍ଗଙ୍କୁ ନେଇ ଥିବା ସମସ୍ୟା, କ୍ୟାମ୍ପସରେ ଥିବା ପ୍ରସଙ୍ଗ, ଓଡ଼ିଆ ଅସ୍ମିତା ରହିବ ମୁଖ୍ୟ ମୁଦ୍ଦା। ପ୍ରତି ସମ୍ମିଳନୀରେ ୧୮ରୁ ୨୫ ବର୍ଷ ବୟସ୍କ ଏକ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଷ୍ଟ୍ରାଟେଜି କରିଛି ଦଳ। ନୂଆ ଭୋଟରଙ୍କୁ ନିଜ ଆଡକୁ ନେବା ପାଇଁ ରାଉରକେଲା ଚିନ୍ତନ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଯୁବ ମୋର୍ଚ୍ଚା ସହ ଏ ନେଇ ଆଲୋଚନା କରିବା ସହ ଟାସ୍କ ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।

ଅନ୍ୟପଟେ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ କରି ନୂଆ ଭୋଟରଙ୍କ ସହ ଯୋଡି ହୋଇ ରହିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେଡି। ଗତ ମାସେ ଧରି କ୍ୟାମ୍ପସରେ ନୂଆ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟକୁ ୩ରୁ ୯ ଲକ୍ଷ ଯାଏଁ ଅନୁଦାନ ଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଛି। ପରେ ପରେ ପୁଣି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ପ୍ରତିଯୋଗିତା କରିବାକୁ ଯୋଜନା କରିଛି ବିଜେଡି ସରକାର। ନୂଆ ଓ’ ବା ଆମ ଓଡ଼ିଶା ନବୀନ ଓଡ଼ିଶା, ଓଡ଼ିଶା ରୂପାନ୍ତିକରଣ ଥିମରେ ଛାତ୍ରଛାତ୍ରୀ କରିବେ ରିଲ୍ସ ଆଉ ସର୍ଟ ଭିଡିଓ। ଆଉ ଏଥି ପାଇଁ ସରକାର ଦେବେ ପୁରସ୍କାର। ଫେବୃଆରୀ ୨୬ ଯାଏଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିବ ଏହି ଡିଜିଟାଲ ପ୍ରତିଯୋଗିତା।

Advertisment

ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ପ୍ରାୟ ସାଢ଼େ ୭ ଲକ୍ଷ ନୂଆ ମତଦାତା ନିଜ ମତଦାନ ସାବ୍ୟସ୍ତ କରିବେ। ତେଣୁ ବିଜେପି-ବିଜେଡି କାହାର ଟ୍ରାଟେଜି ଆଗକୁ ସଫଳ ହେଉଛି ତା ଉପରେ ନଜର।

Odisha News BJD BJP 2024 General Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ