ଲୋକାର୍ପିତ ହେଲା IIM ସମ୍ବଲପୁର; ରାଜ୍ୟକୁ ୧୮ଟି ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ ।

ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ଲୋକାର୍ପଣ କଲେ, ୬୮ ହଜାର କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି- ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ମହତ୍ତ୍ବପୂର୍ଣ୍ଣ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର ନୂଆ ଏକ୍ସପ୍ରେସ ଟ୍ରେନକୁ ବି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ । ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ବିଧିବଦ୍ଧ ଲୋକାର୍ପଣ ଅବସରରେ ଅଭିଭାଷଣ ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି- ଆଜିର ପ୍ରକଳ୍ପରୁ ସବୁ ବର୍ଗର ଲୋକ ଲାଭ ପାଇବେ ।

ଯାହା ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ସହଯୋଗ ଦେଇଆସୁଛୁ । ଗତ ୧୦ ବର୍ଷରେ ଓଡ଼ିଶାରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ ହୋଇଥିବାବେଳେ, ରେଲୱେ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି । ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି । ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ସରିଛି । ନୂଆ ଖଣି ନିୟମ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି ।

ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ଲୋକାର୍ପଣ ଅବସରରେ ୧୮ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସହ ପୁରୀ-ସୋନପୁର ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ବି ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ଦେଶର ରେଳ ମାନଚିତ୍ରରେ ସୋନପୁର ଯୋଡ଼ି ହେବା ସହ ସୁବର୍ଣ୍ଣପୁରବାସୀ ଏଣିକି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।

ଲୋକାର୍ପଣ ପୂର୍ବରୁ ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ମଡେଲ ବୁଲି ଦେଖିବା ସହ ଏହାର ନିର୍ମାଣ ଶୈଳୀକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ତେଣେ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ଦ୍ଦେଶକଙ୍କଠୁ ଛାତ୍ରଛାତ୍ରୀ ସମସ୍ତେ ନିଜକୁ ଗୌରବାନ୍ୱିତ ମନେ କରିଥିଲେ ।