Advertisment

‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି’

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Party shielding mla Bijay Shankar Das

Party shielding mla Bijay Shankar Das

Advertisment

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି। 

Advertisment

ସୋମାଲିକା କହିଛନ୍ତି, ‘ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛନ୍ତି, କିନ୍ତୁ ବିଜୟଙ୍କୁ ଥରେ ବି ଡାକି ନାହାନ୍ତି। ବିଜୟ ଶଙ୍କରଙ୍କୁ ସେଭଳି ସପୋର୍ଟ ମିଳୁଛି ବୋଲି ସେ ଏପରି କରୁଛନ୍ତି। ଜଣେ ସାଧାରଣ ଲୋକ ହୋଇଥିଲେ ସେ କେବେବି ଏପରି କରିନଥାନ୍ତେ।’

ସୋମାଲିକା ଆହୁରି କହିଛନ୍ତି ଯେ, ‘ବିଜୟଙ୍କୁ ଛାଡ଼ିବିନି, ଅଭିଯୋଗ କରିବି। କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ନିଶ୍ଚିତ କଂପ୍ଲେନ କରିବି, ମୋର କଣ କିଛି ଇଜ୍ଜତ ନାହିଁ। ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ? ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ନା କ’ଣ ?’

Advertisment

ସୂଚନାଥାଉ କି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ କରିବା ନେଇ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି । 

ହେଲେ ସେହି ଯୁବତୀ ଜଣକ କିଏ ? କାହାକୁ ବାହା ହେବେ ବିଜୟ ଶଙ୍କର? କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର । ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ଏତଲା ବି ଦେଇଥିଲେ ସୋମାଲିକା । ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ