Advertisment

ନ୍ୟାୟ ନପାଇଲେ ଲୋକମାନେ ଏମିତି କରୁଛନ୍ତି: ସମ୍ବିତ

ଗତ ୮ ତାରିଖରେ ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହାତ କାଟି ବିଷ ପିଇବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧି।

Paradip MLA Sambit Routray

Paradip MLA Sambit Routray

Advertisment

ଭୁବନେଶ୍ୱର: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସମ୍ବିତ ରାଉତରାୟ। ଦୁଷ୍ମନ୍ତଙ୍କ ମୃତ୍ୟୁ ସଂପର୍କରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଯେ ଦୁଷ୍ମନ୍ତ ମରିବା ପିଲା ନୁହେଁ। ସେ ମରିବାକୁ ନୁହେଁ, ବଞ୍ଚିବାକୁ ସଂଘର୍ଷ କରୁଥିଲା। ତାକୁ କେହି ଉସୁକାଇ କଟକ ମେଡିକାଲରୁ ଭୁବନେଶ୍ୱର ନେଇ ଯାଇଥିଲା। ମାନବିକତା ଦୃଷ୍ଟିରୁ ତାର ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି। ବିଧାନସଭା ଆଗରେ କାହିଁକି ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ପ୍ରଶ୍ନରେ କହିଛନ୍ତି ଯେ ବିଭିନ୍ନ ଫୋରମକୁ ଯାଇ ନ୍ୟାୟ ନପାଇଲେ ଲୋକମାନେ ଏମିତି କରୁଛନ୍ତି। ଏଠାକୁ ଆସି ଏମିତି କଲେ ସମସ୍ୟା ସମାଧାନ ହୋଇଯିବ ବୋଲି ଭାବୁଛନ୍ତି।

Advertisment

ଦୁଷ୍ମନ୍ତଙ୍କ ମାଆ ସିଧା ସିଧା ଚିକିତ୍ସାରେ ତ୍ରୁଟି ଓ ବ୍ୟବସ୍ଥାର ବିଚିତ୍ର ସ୍ଥିତି ଆଡ଼କୁ ଅଙ୍ଗୁଳି ଉଠାଇବା ସହ କାହା ସହ ତାଙ୍କ ପୁଅ ଭୁବନେଶ୍ୱରକୁ ଯାଇଥିଲା, ଏନେଇ ଥାନାରେ ଏତଲା ଦେଇଛନ୍ତି। ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ କୁଜଙ୍ଗ ଥାନାରେ ତାଙ୍କ ମାଆ ବାସନ୍ତୀ ଦାସ ଥାନାରେ ଏତଲା ଦେଇଛନ୍ତି। କେହି ଜଣେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ଡାକି ନେଇଥିବା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ନେଇ ହାତ କାଟିବା ସହ ବିଷ ପିଆଇଥିବା ଅଭିଯୋଗ କରିଛନ୍ତି। ଏତଲା ନେଇ ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। କୁଜଙ୍ଗ ଥାନାରେ ଏତଲା ହୋଇଛି, କମିଶନରେଟ ପୋଲିସକୁ ଟ୍ରାନ୍ସଫର ହେବ ବୋଲି ସେ କହିଛନ୍ତି। 

ପ୍ରକାଶଥାଉକି, ଗତ ୮ ତାରିଖରେ ଜଗତସିଂହପୁର କୁଜଙ୍ଗର ଦୁଷ୍ମନ୍ତ ଦାସ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହାତ କାଟି ବିଷ ପିଇବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧି।  ବିଜେପି କହିଛି-ବିଜୁ ସ୍ବାସ୍ଥ୍ୟ କାର୍ଡରୁ ସୁଫଳ ନପାଇ ଲୋକେ କିଭଳି ହୀନସ୍ତା ହେଉଛନ୍ତି ଦୁଷ୍ମନ୍ତ ତାର ଜ୍ୱଳନ୍ତ ଉଦାହରଣ। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହୋଇଥିଲେ ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା ଓ ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ତ୍ରୁଟିପୂର୍ଣ୍ଣ ଚିକିତ୍ସା ହିଁ ଦାୟୀ।

Advertisment
BJD MLA Sambit Routray Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ