ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନିଜ ବହିରେ ଲେଖିଥିବା ଏକଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ରୁବେନ ବାନାର୍ଜୀ ଜଣେ ଅତି ପ୍ରତିଷ୍ଠିତ, ଅନୁଭବୀ, ଅଭିଜ୍ଞ ସାମ୍ବାଦିକ ଓ ସମାଲୋଚକ । ତାଙ୍କ ବହିରେ ସେ ଯେଉଁ ସବୁ ତଥ୍ୟ ଦେଇଛନ୍ତି ସେ ଅନେକ ସୂତ୍ରରୁ ସଂଗ୍ରହ କରିଥିବେ ।
ଓଡ଼ିଶାରେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଛନ୍ତି । ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି । ରୁବେନ ଯେଉଁ ବହି ଲେଖିଛନ୍ତି ସେଥିରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।
Also Read
ଅଧିକ ପଢ଼ନ୍ତୁ: ଦାନ ଦେବାବେଳେ ହୁଣ୍ଡିରେ ପଡ଼ିଗଲା iPhone; ଭଗବାନଙ୍କ ସଂପତ୍ତି ଫେରାଉ ନାହାନ୍ତି ମନ୍ଦିର କର୍ତ୍ତୃପକ୍ଷ
ଏପଟେ ରୁବେନଙ୍କ ବହି ଉପରେ ମତ ରଖିଛନ୍ତି ବିଜେପି ମୁଖପାତ୍ର ସମୀର ଦାସ । ସେ କହିଛନ୍ତି, ରୁବେନ୍ ବାନାର୍ଜୀ ନବୀନ ବାବୁ ଓ ବିଜେଡ଼ିକୁ ଭଲ ଭାବେ ଜାଣିଛନ୍ତି । ପାଣ୍ଡିଆନ୍ଙ୍କୁ କୋଟେରୀ ବାବଦରେ ଯାହା ସେ ଲେଖିଛନ୍ତି ସେଥିରେ କୌଣସି ସନ୍ଦେହ ବା ଦ୍ୱିମତ ନାହିଁ । ତାଙ୍କର ଭୁଲ ନଥିବା ସତ୍ତ୍ୱେ କୋଟେରୀ ଗ୍ରୁପ୍ ପାଇଁ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା ବୋଲି କହିଛନ୍ତି ସମୀର । ପରେ ଟିକେଟ ବି କାଟି ଦିଆଗଲା । ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଥିଲା କୋଟେରୀ ଗ୍ରୁପ୍ । କୋଟେରୀ ଗ୍ରୁପ୍ ହିଁ ବିଜେଡ଼ି ବିପର୍ଯ୍ୟୟର ବଡ କାରଣ ବୋଲି କହିଛନ୍ତି ସମୀର ।
ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳକୁ ଏକଜୁଟ୍ କରିବାକୁ ନବୀନ କରୁଛନ୍ତି ପ୍ରୟାସ । ହେଲେ ନିଜ ଜିଲ୍ଲା ଗଞ୍ଜାମରେ ଦୋହଲିଲାଣି ବିଜେଡି ଦୁର୍ଗ । ବିପର୍ଯ୍ୟୟ ପରେ ବି ନେତାଙ୍କ ଭିତରେ ଥମୁନି ଗୋଷ୍ଠୀ କନ୍ଦଳ । ଗଞ୍ଜାମ କଳି ନବୀନ ନିବାସ ଯାଏ ପହଞ୍ଚିଥିବା ବେଳେ ବିଜେପି କହିଛି, ବିଜେଡି ସଫା ହେଇଯିବ । ବିଜେଡି ଏହାକୁ ଅସ୍ୱୀକାର କରିଥିବାବେଳେ କଂଗ୍ରେସ କିନ୍ତୁ ଏଥିରୁ ଫାଇଦା ନେବା ଲକ୍ଷ୍ୟରେ ।