ପଞ୍ଚାୟତ ନିର୍ବାଚନ: ମଇଦାନରେ BJDରୁ ସର୍ବାଧିକ, AAPରୁ ସର୍ବନିମ୍ନ ପ୍ରାର୍ଥୀ

BSP ୧୫୯, ସିପିଆଇ ୩୮, ସିପିଆଇଏମ୍ ୭୨, ଆପ୍ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି । 

Panchayat Election

ଦଳୱାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ । ନିର୍ବାଚନ ହେଉଥିବା ମୋଟ ୮୫୨ରୁ ବିଜେଡି ୮୫୧ରେ ପ୍ରାର୍ଥୀ ଦେଇଛି । ସେହିଭଳି ବିଜେପି ୮୪୮ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୮୩୬ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇଛି ।

ଅନ୍ୟପଟେ BSP ୧୫୯, ସିପିଆଇ ୩୮, ସିପିଆଇଏମ୍ ୭୨, ଆପ୍ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି । 

ତେବେ ରାଜ୍ୟରେ ଏଥର ନିର୍ବାଚନ ପୂର୍ବରୁ ୩୬ ହଜାର ୯୭୬ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗୋଟିଏ ଜିଲ୍ଲା ପରିଷଦ ଆସନରେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେହିଭଳି ୧୨୬ ସରପଞ୍ଚ ବି ନିର୍ଦ୍ୱନ୍ଦ୍ୱର ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ।

ତେବେ ୩୨୬ ସମିତି ସଭ୍ୟ  ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।