Advertisment

ନିର୍ବାଚନୀ ସଭାରେ ଯୋଗଦେଇ ଫସିଲେ SDPO ଓ କଲେଜ ପ୍ରିନିସିପାଲ, ନିଲମ୍ବନ ନିର୍ଦ୍ଦେଶ

ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଅଦ୍ୟତନ ହୋଇଛି
SDPO Prinicipal

SDPO Prinicipal

Advertisment

ନିର୍ବାଚନୀ ସଭାରେ ଯୋଗଦେଇ ହଟହଟା ହୋଇଛନ୍ତି ସାଲେପୁର ଏସ୍‌ଡିପିଓ ଓ  କଲେଜ ପ୍ରିନିସିପାଲ । ଉଭୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ SECଙ୍କ ନିର୍ଦ୍ଦେଶ । କଲେଜ ପ୍ରିନିସିପାଲ ଓ ସାଲେପୁର ଏସ୍‌ଡିପିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି । ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

Advertisment

ସେପଟେ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ନିର୍ଦ୍ଦେଶ । ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ଡିଜିପିଙ୍କୁ ସୁପାରିସ୍ କରିଛନ୍ତି SEC । ପ୍ରଶାନ୍ତ ମାଝୀଙ୍କୁ ମୁଖ୍ୟାଳୟରେ ରଖିବାକୁ କୁହାଯାଇଛି । ମା’ ତାରିଣୀ କଲେଜ୍‌ରେ ନିର୍ବାଚନୀ ସଭା ନେଇ ଅଭିଯୋଗ ହୋଇଥିଲା ।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଗତ ରବିବାର ମା’ତାରିଣୀ କଲେଜରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା। ଏହି ସଭାରେ ୨ଶହରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ (ଜଣେ ମହିଳା)ଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା।

Advertisment

ପ୍ରିନିସିପାଲ ବିକାଶ ଦାଶ ଓ ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ଗତକାଲି ଏହାର ଭିଡିଓ ଭାଇରାଲ ହେବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। ଆଉ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ସରକାରୀ ଅଧିକାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଛନ୍ତି କମିଶନ।

Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ