Advertisment

କଂଗ୍ରେସ ପାଇଁ ପ୍ରାର୍ଥୀ ବାଛୁଛି ଶାସକ ଦଳ: ପ୍ରଦୀପ ପୁରୋହିତ

ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ।

undefined

Vote Politics

Advertisment

ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍‌ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି। ବିଜେପିର ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବି ଆରମ୍ଭ କରି ଦେଲେଣି ପ୍ରଚାର। ହେଲେ ପଦ୍ମପୁରରେ ଏଥିର କିଭଳି ରହୁଛି ଭୋଟ୍ ଗଣିତ ? କୁହାଯାଉଛି କଂଗ୍ରେସର ପକେଟ ଭୋଟ ଏଠି ଏଥର ରେଜଲ୍ଟ ପାଇଁ  କି ଫାକ୍ଟର ହୋଇପାରେ।

Advertisment

ଏଠି କଂଗ୍ରେସର ୩୫ରୁ ୪୦ହଜାର ରହିଛି ନିଜସ୍ବ ଭୋଟ। ତେବେ ପାଣ୍ଠି ଅଭାବ ନିର୍ବାଚନ ଲଢିବାରେ ବାଧବ ସାଜିବ ବୋଲି ଖୋଲାଖୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଦୌଡରେ ଆଗରେ ଥିବା ସତ୍ୟଭୂଷଣ ସାହୁ। ତେଣୁ ଏହି ଭୋଟ୍ ହାତେଇବା ଲାଗି ବିରୋଧୀ ଏବେ ଷ୍ଟ୍ରାଟେଜି ପ୍ରସ୍ତୁତ କରି ଥୋପ ପକାଇବା ଆରମ୍ଭ କଲେଣି। ଏତିକିବେଳେ ଏଇ ଆକଳନକୁ ଅଧିକ ଇନ୍ଧନ ଯୋଗାଇଛି ତାରାଙ୍କ ଧାମନଗର ଭୋଟ ବିକ୍ରି ବୟାନ। ଧାମନଗରରେ ଯେପରି କଂଗ୍ରେସ ଭୋଟ ବିକ୍ରି ହେଲା ପଦ୍ମପୁରରେ ତାର ପୁନରାବୃତ୍ତି ହେବନାହିଁ ବୋଲି ଦୃଢ଼ ସ୍ବରରେ କହିଛନ୍ତି ତାରା।

ଏହାରି ଭିତରେ ପ୍ରଦୀପ ପୁରୋହିତ ବି ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ। କଂଗ୍ରେସ ଭୋଟ କିଣି ବିଜେଡି ୨୦୧୯ ନିର୍ବାଚନରେ ଜିତିଥିଲା। ଏଥର କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଆସିବ। ଅନ୍ୟପଟେ ଶାସକ ବିଜେଡି ବି ପଦ୍ମପୁର ଗଡ ବଜାୟ ରଖିବାକୁ ରଣନୀତି ସହ ଆଗକୁ ବଢୁଛିି। ଦଳର ଆଗଧାଡ଼ିର ନେତାଙ୍କ ଉପସ୍ଥିତିରେ ଚାଲିଛି ମିଶ୍ରଣ ପର୍ବ। ପ୍ରଦୀପଙ୍କ ଅଭିଯୋଗର ଜବାବ ରଖି କହିଛି ଯିଏ ଯାହା ରାଜନୀତି କରନ୍ତୁ, ଲୋକେ କିନ୍ତୁ ନିଷ୍ପତ୍ତି ନେଇ ସାରିଛନ୍ତି ପୁଣିଥରେ ଆମକୁ ଜିତାଇବେ।

Advertisment

ବିଜେପି ଓ କଂଗ୍ରେସରେ ପ୍ରାର୍ଥୀ ଚୟନକୁ ନେଇ ସେଭଳି ଦ୍ୱନ୍ଦ୍ୱ ନାହିଁ। କାରଣ ସତ୍ୟଭୂଷଣ ପ୍ରାର୍ଥିତ୍ୱ ସପକ୍ଷରେ ଦଳର ଅଧିକାଂଶ ନେତାଙ୍କ ମତ ରହୁଥିଲା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବି ପ୍ରଦୀପ ପୁରୋହିତ ହିଁ ପ୍ରାର୍ଥୀ ହେଉଥିବା କହିଛନ୍ତି। ଏଭଳି ସ୍ଥିତିରେ ବିଜେଡି ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହା ପରିବାର ଭିତରୁ କି ବାହାରୁ ପ୍ରାର୍ଥୀ କରିବ ସେନେଇ ଦ୍ୱନ୍ଦ୍ୱରେ।

(ବରଗଡ଼ରୁ ଦୀପକ ଶର୍ମା, ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାସଙ୍କ ରିପୋର୍ଟ) 

Advertisment
BJD BJP Congress padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ