Advertisment

ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା, କାଠଗଡ଼ାରେ ରାଜ୍ୟ ସରକାର

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।

undefined

HC puts stay order on new district

Advertisment

ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟକା ପରେ ଏବେ କାଠଗଡ଼ାରେ ସରକାର। ବିନା ପ୍ରକ୍ରିୟା ଓ ପ୍ରସ୍ତୁତିରେ ବର୍ଷକ ଭିତରେ ଜିଲ୍ଲା ଗଠନ ହୋଇଯିବ ବୋଲି କେମିତି ଘୋଷଣା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ। ପ୍ରକୃତ ଆନ୍ତରିକତା ଥିଲା ନା କେବଳ ଭୋଟ୍ ଭେଳିକି ଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ବିରୋଧୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି, ପଦ୍ମପୁରକୁ ଜିଲ୍ଲା ନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଉଦ୍ୟମରେ ହିଁ ହୋଇଛି ରାଇରଙ୍ଗପୁର ଜନସ୍ବାର୍ଥ ମାମଲା। ଯାହାର ଜବାବ୍ ରଖିଛି ବିଜେଡି।

Advertisment

ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ। ପଦ୍ମପୁର ଜିଲ୍ଲା ଆପଣମାନଙ୍କର ଦାବି ଥିଲା। ୨୦୨୩ରେ ଆପଣମାନଙ୍କ ସ୍ୱପ୍ନ ସାକାର ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ପରେ ତାଳି ବର୍ଷିଥିଲା...ଭୋଟ୍ ଆସିଥିଲା । ହେଲେ ଏବର୍ଷ ସେ ସ୍ୱପ୍ନ ସାକାର ହେବାର ନାହିଁ । କେବେ ଯେ ହେବ, ତା’ର ଗ୍ୟାରେଣ୍ଟି ବି ନାହିଁ। ଭୋଟ୍ ପାଇଁ ଭଣ୍ଡେଇ ଦେବାର ଥିଲା କି ଉଦ୍ଦେଶ୍ୟ ? କାରଣ ପ୍ରତିଶ୍ରୁତି ପୂରଣର ମନ୍ଥର ଗତି ସାଙ୍ଗକୁ ସରକାର ବର୍ଷେ କାଳ ପଦ୍ମପୁରବାସୀଙ୍କ ସ୍ୱପ୍ନ ଉପରେ ବସି ରହିବା ପରେ ଏବେ ସେ ନୂଆ ଜିଲ୍ଲା ଗଠନ ଧାରାରେ ବ୍ରେକ୍ କଷିଛନ୍ତି ହାଇକୋର୍ଟ। ଲାଗିଛି ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ। ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ନେଇ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ହାଇକୋର୍ଟଙ୍କ ବିନା ଅନୁମିତରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ କରିପାରିବେ ନାହିଁ। ଏହା ବି ଦର୍ଶାଇଛନ୍ତି ଯେ ଯେହେତୁ ନୂଆ ଜିଲ୍ଲା ଗଠନ ଲାଗି କୌଣସି ଗାଇଡ୍ ଲାଇନ୍ ନାହିଁ କିମ୍ବା ଏଥିପାଇଁ କୌଣସି କମିଟି ବି ନାହିଁ, ତେଣୁ ସରକାର ଜିଲ୍ଲା ଗଠନ ନେଇ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ।

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା। କାହିଁକି ନା, ବିଜୁ ପଟ୍ଟନାୟଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ୧୯୯୨ରୁ ୯୩ ଭିତରେ ଯେତେବେଳେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦ ହେଲା, ତା’ର ଯଥେଷ୍ଟ ପୂର୍ବରୁ ୯୧ ମସିହାରେ ସରକାର ପ୍ରଥମେ ଏଥିପାଇଁ କ୍ୟାବିନେଟ୍ ସବକମିଟି ଗଢି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏବଂ ସେଇ କ୍ୟାବିନେଟ୍ ସବକମିଟିର ସୁପାରିଶ ଆଧାରରେ ହିଁ ଆଉ ୧୭ଟି ଜିଲ୍ଲା ହେଲା। ହେଲେ ଏଠି ସେସବୁ କିଛି ନ କରି, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ଗଠନ ହେବ ବୋଲି କେମିତି ଘୋଷଣା କରୁଥିଲେ ରାଜ୍ୟ ସରକାର ? ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି କହିଛି ସରକାର ପଦ୍ମପୁରବାସୀଙ୍କ ସହ ପ୍ରତାରଣା କରିଛନ୍ତି। ଜିଲ୍ଲା ହେବା ଚାହୁଁ ନ ଥିବାରୁ ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହେଇ ଝାଡୁଛନ୍ତି । ଅର୍ଥାତ୍ ହାଇକୋର୍ଟରେ ରାଇରଙ୍ଗପୁର ମାମଲା ନିଜେ କରାଇଥିବାର ସାଂଘାତିକ ଅଭିଯୋଗ ଆଣିଛି ଦଳ । କଂଗ୍ରେସ ମଧ୍ୟ ସରକାରଙ୍କ ଉଦ୍ୟମରେ ଜନସ୍ୱାର୍ଥ ମାମଲା ହୋଇଥିବାର ସନ୍ଦେହ ବାରିଛି । ଯାହାର ଜବାବ ରଖିଛି ବିଜେଡି।

Advertisment

ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟକା ପରେ ଖାଲି ପଦ୍ମପୁର ନୁହେଁ, ପୂରା ପଶ୍ଚିମ ଓଡ଼ିଶାରେ ବ୍ୟାକ୍‌ଫୁଟରେ ଶାସକ ଦଳ। ଏମିତି ବି ୫ରୁ ୫ ଲୋକସଭା ଜିତି ପଶ୍ଚିମ ଓଡ଼ିଶାକୁ ଏକରକମ୍ କବଜାରେ ରଖିଛି ବିଜେପି। ତେଣୁ ୨୪ ନିର୍ବାଚନ ପୂର୍ବରୁ ଜିଲ୍ଲା ଗଠନ ଦାବି ନେଇ ରହିଥିବା କ୍ଷୋଭକୁ କେମିତି ସାମ୍ନା କରୁଛି, ତା ଉପରେ ନଜର।

Naveen Patnaik Odisha News Padampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ